ମହାରଷ୍ଟ୍ର: ଯମ ଜଗିଥିଲା କୂଅ ଭିତରେ । ଭାରସାମ୍ୟ ହରାଇ କୂଅକୁ ଖସିଲା ଯାତ୍ରୀବାହୀ ବସ । ଘଟଣାସ୍ଥଳରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା । ମହାରାଷ୍ଟ୍ର ନାସିକରେ ଏଭଳି ଛାତିଥରା ଖବର ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏବେ ବି ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଛି ।
ସ୍ଥାନୀୟ ଲୋକ, ଅଗ୍ନିଶମ ବାହିନୀ ଓ ପୋଲିସ ପହଁଚି ଉଦ୍ଧାର କରୁଛନ୍ତି । ଗତକାଲି ଅପରାହ୍ନରେ ଏକ ଅଟୋ ସହ ବସଟି ଧକ୍କା ଦେଇ ରାସ୍ତା ପାଖରେ ଥିବା କୂଅ ଭିତରକୁ ପଶି ଯାଇଥିଲା ବସ୍ । ବସର ଆଗପଟ କୂଅ ଭିତରେ ପଶି ଯାଇଥିବାରୁ ଉଦ୍ଧାର କାର୍ଯ୍ୟ କରିବାରେ ବିଳମ୍ବ ହୋଇଥିଲା ।