Odia News Portal

୨୫ ବର୍ଷ ପରେ ମିଳିଲା ନ୍ୟାୟ, ସୁପୌଲ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଧାୟକ ସମେତ ୪ ଦୋଷୀ ସାବ୍ୟସ୍ତ

ନୁଆଦିଲ୍ଲୀ : ନିର୍ଭୟାକୁ ନ୍ୟାୟ ମିଳିବାରେ ୭ ବର୍ଷ ଲାଗିଗଲା କିନ୍ତୁ ଏମିତି ଆଉ ଜଣେ ନିର୍ଭୟା ଅଛି ଯିଏ ଗଣଦୁଷ୍କର୍ମର ଶିକାର ହୋଇ ନ୍ୟାୟ ପାଇଁ ୨୫ ବର୍ଷ ଧରି ଅପେକ୍ଷା କରିଛି । ଶେଷରେ ୨୫ ବର୍ଷ ପରେ ନ୍ୟାୟ ମିଳିଛି । ଏହି ନିର୍ଭୟାକୁ ଗଣଦୁଷ୍କର୍ମରେ ମୁଖ୍ୟ ଅଭିଯୁକ୍ତ ଜଣେ ବିଧାୟକ । ଏହି ମାମଲାରେ ସୁପୌଲ କୋର୍ଟ ତ୍ରିବେଣୀଗଞ୍ଜର ପୂର୍ବତନ ବିଧାୟକ ଯୋଗେନ୍ଦ୍ର ନାରାୟଣ ସରଦାର ସମେତ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ସମ୍ପୂର୍ଣ୍ଣ ମାମଲା
ଏହି ଘଟଣା ୧୬ ନଭେମ୍ବର ୧୯୯୪ ମସିହାର, ଯେତେବେଳେ ପୀଡିତା ନିଜ ମାଙ୍କ ସହିତ ଘରେ ଶୋଇ ଥିଲେ । ସେହି ରାତିରେ ଠିକ୍ ୧୨ଟାରେ ବିଧାୟକ ଯୋଗେନ୍ଦ୍ର ନାରାୟଣ ସରଦାର ନିଜ ସହଯୋଗୀ ସମ୍ଭୁ ସିଂ, ଉମା ସରଦାର ଓ ଭୁପେନ୍ଦ୍ର ଯାଦବ ଓ ଅନେକ ଅଜଣା ଲୋକଙ୍କ ସହିତ ପିଡୀତାଙ୍କ ଘରକୁ ପଶିଆସିଥିଲା । ଅଭିଯୁକ୍ତ ମା ପାଖରେ ଶୋଇଥିବା ପୀଡିତାର ହାତ, ମୁହଁ ବାନ୍ଧି ଜିପରେ ବସାଇ ଘରଠୁ ବହୁତ ଦୂରକୁ ନେଇଗଲା । କୁହାଯାଉଛି ଏହି ଅପହରଣ ପରେ ପୂର୍ବତନ ବିଧାୟକ ଯୋଗେନ୍ଦ୍ର ନାରାୟଣ ସରଦାର ଓ ତା ସହଯୋଗୀ ଝିଅକୁ ଗଣଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ସମୟରେ ଅଭିଯୁକ୍ତର ପ୍ରାଇଭେଟ୍ ପାର୍ଟକୁ ଆକ୍ରମଣ କରିଦେଇ କୌଣସି ମତେ ଦୁଷ୍କର୍ମକାରୀଙ୍କ କବଳରୁ ଖସିଆସି ନିଜ ପରିବାର ଲୋକଙ୍କୁ ସବୁ କହିଥିଲେ ପୀଡିତା । ଏହି ଘଟଣାକୁ ନେଇ ସେହି ସମୟରେ ବହୁତ ହଙ୍ଗାମା ହୋଇଥିଲା ।

ବିହାରରେ ସେହି ସମୟରେ ଜନତା ଦଳ ସରକାର ଥିଲା ଏବଂ ଲାଲୁ ପ୍ରସାଦ ଯାଦବ ବିହାର ମୁଖ୍ୟମନ୍ତ୍ରୀ ଥିଲେ । ଗଣଦୁଷ୍କର୍ମ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ମଧ୍ୟ ଜନତାଦଳର ତ୍ରିବେଣୀଗଞ୍ଜ ବିଧାୟକ ଥିଲେ । ଲାଲୁ ପ୍ରସାଦ ଯାଦବ ସେହି ସମୟରେ ବିରୋଧୀଙ୍କ ଟାର୍ଗେଟକୁ ଚାଲିଆସିଥିଲେ । ଲାଲୁ ପ୍ରସାଦ ଯାଦବ ଡ୍ୟାମେଜ୍ କଣ୍ଟ୍ରୋଲରେ ଲାଗିପଡିଲେ ।ଶେଷରେ ବହୁତ ଚାପ ପରେ ୧୯ ନଭେମ୍ବର ୧୯୯୪ ରେ ତ୍ରିବେଣୀଗଞ୍ଜ ଥାନାରେ ଗଣଦୁଷ୍କର୍ମ ମାମଲା ରୁଜୁ ହେଲା । ଏହା ପରେ ପୋଲିସ ନିଜ ଯାଞ୍ଚ ଆରମ୍ଭ କଲା । ଲାଲୁ ପ୍ରସାଦ ଯାଦବ ପିଡୀତାଙ୍କୁ ବିହାର ପୋଲିସରେ ଭର୍ତ୍ତି କରିବା ପରେ ମାମଲା ଶାନ୍ତ ହେଲା ।

ସୁପୌଲର ଏହି ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଧାୟକ ଯୋଗେନ୍ଦ୍ର ନାରାୟଣ, ସରଦାର ଶମ୍ଭୁ ସିଂ, ଭୂପେନ୍ଦ୍ର ସରଦାର, ଉମା ସରଦାର, ରାମଫଲ ଯାଦବ ଓ ହରିଲାଲ ଶର୍ମ ଓରଫ ହରିନାରାୟଣ ଶର୍ମାକୁ ଦୋଷୀ ସାବ୍ୟସ୍ତ କରାଗଲା । ୩୧  ଜାନୁୟାରୀରେ ଏମାନଙ୍କ ବିରୁଦ୍ଧରେ ଶୁଣାଣି ହେବ ।