Odia News Portal

ମହିଳା ସଂରକ୍ଷଣ ନେଇ ପ୍ରସ୍ତାବ ରଖିଥିବା କାରଣରୁ ମୁଖ୍ୟମନ୍ତ୍ରୀଙ୍କୁ ଜାତିସଂଘର ପ୍ରଶଂସା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କୁ ଜାତିସଂଘର ପ୍ରଶଂସା । ମହିଳା ସଂରକ୍ଷଣ ନେଇ ପ୍ରସ୍ତାବ ରଖିଥିବା କାରଣରୁ ରାଜ୍ୟ ସରକାରକୁ ଚିଠି ଲେଖି ୟୁଏନ୍-ଓମେନ୍ ଧନ୍ୟବାଦ ଦେଇଛି । ୟୁଏନ୍-ଓମେନ୍ ଏବଂ ପଞ୍ଚାୟତିରାଜ ବିଭାଗ ମିଳିତ ଭାବରେ ମହିଳ ସଂରକ୍ଷଣ ପ୍ରସ୍ତାବକୁ ଲାଗୁ କରିଛନ୍ତି। ଉଭୟ ରାଜ୍ୟ ବିଧାନସଭା ଏବଂ ସଂସଦରେ ମହିଳାଙ୍କ ପାଇଁ ୩୩ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ଲାଗି ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଓଡିଶା ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଛି । ରାଜ୍ୟସଭାରେ ୨୦୧୦ରୁ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇ ସାରିଛି । ତେବେ ଆବଶ୍ୟକ ସମର୍ଥନ ଅଭାବରୁ ଏହା ଲୋକସଭାରେ ୨୦୧୪ରୁ ପାସ୍ ହୋଇ ପାରିନି । ତେବେ ଶୀଘ୍ର ମହିଳା ମହିଳା ସଂରକ୍ଷଣ ବିଲ୍ ପାସ୍ କରିବା ଲାଗି ନିଜ ସମର୍ଥନ ସହ କେନ୍ଦ୍ର ସରକାରଙ୍କ ଆଗରେ ପ୍ରସ୍ତାବ ରଖିଛନ୍ତି ଓଡିଶା ସରକାର ।