Odia News Portal

ଟ୍ରକ୍‌ ଧକ୍କାରେ ଗଲା ହାତୀର ଜୀବନ

ଢେଙ୍କାନାଳ: ଆଜି ସକାଳୁ ସକାଳୁ ଏକ ଦୁର୍ଘଟଣାରେ ଜୀବନ ହାରିଲା ହାତୀ। ଢେଙ୍କାନାଳ ଜିଲ୍ଲା ଏନ୍ଏଚ୍-୫୫ର ସଦର ରେଞ୍ଜ୍ ଜୀବନଖୋଲ ନିକଟରେ ଆଜି ଟ୍ରକ୍ ଧକ୍କାରେ ଏକ ହାତୀର ଜୀବନ ଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ତଳେ ମୃତ ହାତୀଟି ଚାପି ହୋଇ ରହିଥିବାବେଳେ ଦୁର୍ଘଟଣା ପରେ ହାତୀର ଦାନ୍ତଟି ଭାଙ୍ଗି ଖଣ୍ଡେ ଦୂରରେ ପଡ଼ିଛି ଆଉ ଗୋଟିଏ ହାତୀ ଆହତ ହୋଇ ଜଙ୍ଗଲକୁ ପଳାଇଥିବା ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି। ଦୁର୍ଘଟଣା ଘଟାଇ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାଯାଇଛି।

ଦୁର୍ଘଟଣାସ୍ଥଳଟି ହାତୀ ଯାତାୟାତ ରାସ୍ତା ବୋଲି ସୂଚନା ଫଳକ ଲାଗିଛି । ଏହାସତ୍ତ୍ୱେ କିପରି ଟ୍ରକ୍‌ଟି ଦ୍ରୁତ ଗତିରେ ଯାତାୟତ କରୁଥିଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ପରିବେଶବିତମାନେ ଉଦ୍‌ବେଗ୍‌ ପ୍ରକାଶ କରିଛନ୍ତି।