Odia News Portal

ମୁକୁଟ ପିନ୍ଧିଲେ ସୋଫିଆ କେନିନ

ଦୁଇ ଦୁଇ ଥର ଗ୍ରାଣ୍ଡ ସ୍ଲାମ୍‌ ଟାଇଟଲ୍‌ ଜିତିଥିବା ସ୍ପେନ୍ର ଗର୍ବାଇନେ ମୁଗୁରୁଜାକୁ ହରାଇ ମାତ୍ର ୨୧ ବର୍ଷ ବୟସରେ ଅଷ୍ଟ୍ରେଲିଆ ଓପନ ଟାଇଟଲ୍‌ ଜିତିଛନ୍ତ ିସୋଫିଆ କେନିନ୍ । ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ଟାଇଟଲ୍‌ ଜିତିବା ପାଇଁ ସେ ୨ ଘଣ୍ଟା ୨ ମିନିଟ୍ ସମୟ ନେଇଥିଲେ । ଋଷର ମସ୍କୋରେ ଜନ୍ମିତ ଏହି ଆମେରିକୀୟ ଖେଳାଳି ଫାଇନାଲ ମୁକାବିଲାକୁ ୪-୬, ୬-୨, ୬-୨ ସେଟ୍‌ରେ ଜିତି ନେଇଛନ୍ତି ।ଏହା ସେଫିଆଙ୍କ କ୍ୟାରିୟରର ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଟାଇଟଲ୍‌ ।

ଉଭୟ ଖେଳାଳି ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଓପନର ଫାଇନାଲରେ ପହଞ୍ଚିଥିଲେ। ୨୬ ବର୍ଷୀୟ ମୁଗୁରୁଜାଙ୍କ ଠାରୁ ପ୍ରଥମ ସେଟ୍‌ ହାରିବା ପରେ ସୋଫିଆ ଯେଉଁ ଦବଙ୍ଗ ଅନ୍ଦାଜରେ ପୁଣି ଥରେ ଗେମ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ, ତାହାକୁ ଫ୍ୟାନ୍‌ମାନେ ଖୁବ୍‌ ପ୍ରଶଂସା କରିଛନ୍ତି।

ଏହି ବିଜୟ ପରେ ସୋଫିଆଙ୍କୁ ୨୮ ଲକ୍ଷ ୟୁଏସ୍‌ ଡଲାର ବା ୨୦ କୋଟି ଟଙ୍କା ମିଳିଛି। ଏଥିସହ ସେ ର‍୍ୟାଙ୍କିଂରେ ବି ୧୪ ତମ ସ୍ଥାନକୁ ଆସିଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ମାତ୍ର ୫ ବର୍ଷ ବୟସରୁ ସୋଫିଆ ଗ୍ରାଣ୍ଡ ସ୍ଲାମ୍‌ ଜିତିବା ସ୍ୱପ୍ନ ଦେଖିଥିଲେ।