Odia News Portal

ପୁଣି ଯୁବକଙ୍କ ଗୁଳିମାଡ, କାବୁକଲା ପୋଲିସ

ଦିଲ୍ଲୀ: ଶାହିନ୍ ବାଗ ଅଞ୍ଚଳରେ ସିଏଏ ଆନ୍ଦୋଳନ କାରୀଙ୍କ ଉପରକୁ ପୁଣି ଗୁଳିମାଡ। ଜଣେ ଯୁବକ ଆନ୍ଦୋଳନକାରୀଙ୍କୁ ଗୁଳି ଚାଳନ କରିଥିବାର ଖବର ମିଳିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯୁବକକୁ କାବୁ  କରିନେଇଛି। ଜସୋଲା ରେଡ୍ ଲାଇଟ୍ ଏରିଆରେ ସନ୍ଧ୍ୟା ୪ଟା ୫୩ମିନିଟରେ ଯୁବକ ଜଣକ ଫାଙ୍କା ଗୁଳିଚାଳନା କରିଥିଲା ।

ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଗୁଳି ଚାଳନ ବେଳେ ଯୁବକ ଜଣକ ଗୋଟିଏ କଥା କହିଥିଲା  ‘ଏ ଦେଶରେ କାହାର ରାଜୁତି ଚାଲିବନି, କେବଳ ହିନ୍ଦୁମାନଙ୍କ ରାଜୁତି ଚାଲିବ’। ଫାଙ୍କା ଗୁଳିଚାଳନା କରିବା ପରେ ଯୁବକକୁ ସେଠାରେ ଥିବା ପୋଲିସ ଅଧିକାରୀମାନେ କାବୁ କରିନେଇଥିଲେ। ଯୁବକର ନାମ କପିଲ ଗୁଜ୍ଜର ଓ ତା ଘର ଦିଲ୍ଲୀର ଦଲ୍ଲୁପୁରା ଗାଁର ବୋଲି ଜଣାପଡିଛି।