Odia News Portal

ପୁଣି ଥରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ସ୍ୱାସ୍ଥ୍ୟଗତ କାରଣରୁ ଗତ କିଛି ଦିନ ହେବ ଭାରତୀୟ ଦଳରୁ ଦୂରରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟାକୁ ପୁଣି ଏକ ଝଟ୍‌କା ମିଳିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ସିରିଜ୍‌ରୁ ବାହାର କରାଯାଇଥିବା ଜଣାଯାଇଛି। ପୂର୍ବରୁ ଫିଟ୍‌ନେସ୍‌ ଟେଷ୍ଟରେ ଫେଲ ମାରିବା ଯୋଗୁ ପାଣ୍ଡ୍ୟାଙ୍କୁ ଦିନିକିଆ ଟିମ୍‌ରେ ବି ସ୍ଥାନ ମିଳିନଥିଲା। ପରେ ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାକୁ ସୁଯୋଗ ମିଳିବ ବୋଲି ଫ୍ୟାନ୍‌ମାନେ ଆଶା କରିଥିଲେ। କିନ୍ତୁ ହାର୍ଦ୍ଦିକ ଟେଷ୍ଟ ସିରିଜରେ ଖେଳିବେ ନାହିଁ ବୋଲି ଶନିବାର ବିସିସିଆଇ ତରଫରୁ ଘୋଷଣା କରାଯିବା ପରେ ଫ୍ୟାନ୍‌ଙ୍କ ସବୁ ଆଶା ଧୂଳିସାତ୍‌ ହୋଇଯାଇଛି।

କିଛି ମାସ ପୂର୍ବରୁ ହାର୍ଦ୍ଦିକଙ୍କ ଅଣ୍ଟାରେ ଆଘାତ ଲାଗିବା କାରଣରୁ ତାଙ୍କ ଅପରେସନ୍‌ କରାଯାଇଥିଲା। ଏହା ପରଠୁ ହାର୍ଦ୍ଦିକ କ୍ରିକେଟ୍‌ ଠାରୁ ଦୂରରେ ଅଛନ୍ତି। କିନ୍ତୁ କଡ଼ା ପରିଶ୍ରମ ପରେ ବି ହାର୍ଦ୍ଦିକ ଫିଟ୍‌ନେସ୍‌ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇପାରିନାହାନ୍ତି। ଏହି କାରଣରୁ ତାଙ୍କୁ ଭାରତୀୟ ଟିମ୍‌ରେ ସ୍ଥାନ ମିଳିପାରିନାହିଁ।

ସୂଚନାନୁଯାୟୀ ହାର୍ଦ୍ଦିକ ଏତେ ତାଙ୍କ ଭାବି ପତ୍ନୀଙ୍କ ସହ ସମୟ ବିତାଉଥିବା ଜଣାଯାଇଛି।