ଭୁବନେଶ୍ୱର : ପଟିଆସ୍ଥିତ ବି.ଆଇ.ଆଇ.ଟି.ଏମ୍ରେ ୮ମ ସ୍ନାତକ ଶିକ୍ଷାର୍ଥୀ ସମାରୋହ ୨୦୨୦ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୩୦ଟି କଲେଜରୁ ୫୯୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇ ସମାରୋହର ମହ ବୁଝାଇଥିଲେ । ସମାରୋହର ସଂଯୋଜକ ପ୍ର. ଡ଼ଃ ସରଜୁ ପ୍ରସାଦ ସ୍ନାତକ ଶିକ୍ଷାର୍ଥୀ ମାନଙ୍କୁ ନିଜର ଭବିଷ୍ୟତ କ୍ୟାରିଅର ପ୍ରତି ସଚେତନ ହେବାପାଇଁ ଉଦ୍ବୋଧନ ଦେଇଥିଲେ ।
ପ୍ଲେସମେ ଅଫିସର୍ ପ୍ର. କେ. ଚନ୍ଦ୍ରଶେଖର ମ୍ୟାନେଜମେ ଶିକ୍ଷାର ଉପାଦେୟତା ଓ ରୂପରେଖ ଉପରେ ସ୍ନାତକ ଶିକ୍ଷାର୍ଥୀ ମାନଙ୍କୁ ସମ୍ୟକ୍ ସୂଚନା ଦେଇଥିଲେ । ମୁଖ୍ୟ ଅତିଥିରୂପେ ଭାରତର ପୂର୍ବତନ କ୍ରିକେଟ୍ କ୍ୟାପ୍ଟେନ୍ ମହେନ୍ଦ୍ର ସିଂ ଧୋନୀଙ୍କ କୋଚ୍ ଶ୍ରୀଯୁକ୍ତ କେଶବ ରଞ୍ଜନ ବାନାର୍ଜି ତାଙ୍କ ଉଦ୍ବୋଧନରେ ଛାତ୍ରଛାତ୍ରୀ ମାନଙ୍କ ସହ କଥୋପକଥନ ଛଳରେ ଧୋନିଙ୍କ କୋଚିଂ ଓ ଆଭିମୁଖ୍ୟ ସମ୍ବନ୍ଧରେ ନିଜର ପ୍ରତ୍ୟକ୍ଷ ଅନୁଭୂତି ବଖାଣିଥିଲେ । ସର୍ବଶେଷରେ ଅନୁଷ୍ଠାନର ଉପଦେଷ୍ଟା ପ୍ର. ଇଂ. ପି.ଆର.ପଟ୍ଟନାୟକ ସ୍ନାତକ ଶିକ୍ଷାର୍ଥୀମାନଙ୍କୁ ଆଗାମୀ ଦିନପାଇଁ ଦିଗ୍ଦର୍ଶନ ଦେଇଥିଲେ ।
ଉଦ୍ଘାଟନ ସମାରୋହପରେ ସ୍ନାତକ ଶିକ୍ଷାର୍ଥୀମାନଙ୍କ ଦକ୍ଷତା ବିକାଶ ଓ ମନୋରଞ୍ଜନ ପାଇଁ ବିଜିନେସ୍ କୁଇଜ୍, ଫେସ୍ ପେିଂ, ଟିମ୍ ବିଲ୍ଡ଼ିଂ, ଟେକ୍ନୋସ୍ପାର୍କ, ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ପରିଚାଳନା କରାଯାଇଥିଲା ଏବଂ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
