Odia News Portal

କୋରୋନା ଭାଇରସ୍‌ : ମୁଣ୍ଡରେ ପ୍ଲାଷ୍ଟିକ ବୋତଲ ପୂରାଇ ବୁଲୁଛନ୍ତି ଲୋକେ

ଚୀନର ବୁହାନ ସହରରୁ ବ୍ୟାପିଥିବା କୋରୋନା ଭାଇରସ ଯୋଗୁ ଏବେ ସାରା ପୃଥିବୀବାସୀ ଆତଙ୍କିତ। ଏହି ଭାଇରସ ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇସାରିଥିବା ବେଳେ ଶତାଧିକ ଗୁରୁତର ହୋଇପଡ଼ିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଭାଇରସ୍‌କୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଓ ବିଶ୍ୱସ୍ତରରେ ମଧ୍ୟ ଆଲର୍ଟ ଜାରି କରାଯାଇଛି।

କେରୋନା ଭାଇରସ୍‌ରୁ ମୁକ୍ତି ପାଇବାକୁ ଚୀନବାସୀ ବିଭିନ୍ନ ପ୍ରକାରର ଉପାୟ ଆପଣାଉଛନ୍ତି। କିଛି ଲୋକ ମାସ୍କ ପିନ୍ଧି ଭାଇରସ୍‌ରୁ ବଞ୍ଚିବାକୁ ଚେଷ୍ଟା କରୁଥିବା ବେଳେ ଆଉ କିଛି ଭୂତାଣୁରୁ ମୁକ୍ତି ପାଇଁ ଅଦ୍ଭୁତ ଉପାୟ ଆପଣାଉଥିବା ଦେଖବାକୁ ମିଳିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

କେରୋନା ଭାଇରସ୍‌ କବଳରୁ ନିଜକୁ ରକ୍ଷା କରିବା ପାଇଁ ଲୋକମାନେ ପ୍ଲାଷ୍ଟିକ୍‌ ବୋତଲକୁ ମୁଣ୍ଡରେ ପୂରାଇ ବୁଲୁଥିବା ଦେଖିବାକୁ ମିଳିଛି। ଆଉ କିଛି ଲୋକ ପ୍ଲାଷ୍ଟିକ ଜରିରେ ଶରୀରକୁ ସମ୍ପୂର୍ଣ୍ଣ ଘୋଡ଼େଇ ବୁଲୁଛନ୍ତି। ଦେଖନ୍ତୁ କୋରୋନା ଭାଇରସ୍‌ରୁ ବଞ୍ଚିବା ପାଇଁ ଲୋକମାନେ କ’ଣ କ’ଣ କରୁଛନ୍ତି।

ସୂଚନାଯୋଗ୍ୟ ଯେ ଭାରତରେ ମଧ୍ୟ କୋରୋନା ସଂକ୍ରମିତ ବ୍ୟକ୍ତି ଠାବ ହୋଇଛନ୍ତି। କୋରୋନାକୁ ନେଇ ବର୍ତ୍ତମାନ ସାରା ଦେଶରେ ସରକାରଙ୍କ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ଇତି ମଧ୍ୟରେ ଏକାଧିକ ଏୟାରଲାଇନ୍‌ ଚୀନରୁ ଯାତାୟାତକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଛନ୍ତି। ଏୟାରପୋର୍ଟରେ ଚୀନରୁ ଆସୁଥିବା ଯାତ୍ରୀଙ୍କ ସମ୍ପୂର୍ଣ୍ଣ ପରୀକ୍ଷା କରାଯାଉଥିବା ସୂଚନା ମିଳିଛି।