Odia News Portal

ଲଜ୍ଜାଜନକ ଘଟଣା, ମାଇଁକୁ ବାହା ହେଲେ ଭଣଜା

ପଟ୍ଟାମୁଣ୍ଡାଇ: ମାଇଁକୁ ବାହା ହେଲେ ଭଣଜା । ସ୍ୱାମୀଙ୍କୁ ଛାଡ଼ି ଭଣଜାର ହାତ ଧରିଲେ ମାଇଁ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମଣ୍ଡପଡ଼ା ଗାଁରେ । କଳସପୁର ଗାଁର ସଂପୃକ୍ତ ମହିଳା ଗତ ୭ ମାସ ତଳେ ମଣ୍ଡପଡ଼ାର ଜଣେ ଯୁବକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ପରେ ଓମାନ ଯାଇଥିଲେ ତାଙ୍କ ସ୍ୱାମୀ । ସ୍ୱାମୀଙ୍କ ଅନୁପସ୍ଥିତିରେ ମହିଳା ଜଣଙ୍କ ଭଣଜାଙ୍କ ପ୍ରେମରେ ପଡ଼ିଥିଲେ । ଗତକାଲି ରାତିରେ ଘରୁ ଚମ୍ପଟ ମାରିଥିଲେ ମାଇଁ-ଭଣଜା ।

ପରେ ଗ୍ରାମବାସୀଙ୍କ ସହଯୋଗରେ ଉଭୟଙ୍କୁ ଘରକୁ ଆଣି ବୁଝାସୁଝା କରିଥିଲେ ବି ସେମାନ ବୁଝି ନଥିଲେ । ବିବାହ କରିବାକୁ ଜିଦ ଧରିଥିଲେ । ସେପଟେ ଏସମ୍ପର୍କରେ ମହିଳାଙ୍କ ସ୍ୱାମୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । ଏହି ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।