Odia News Portal

ବଡ ଏନ୍‍ଜିଓଙ୍କୁ କାମ ଦେବାକୁ ସୁପରିକଳ୍ପିତ ଯୋଜନା, ମାଷ୍ଟରମାଇଣ୍ଡ ସୁଡା ଅଧିକାରୀ

ଭୁବନେଶ୍ୱର : ନଗର ଉନ୍ନୟନ ବିଭାଗରେ ଏବେ ବଡ ବଡ ଏନ୍‍ଜିଓଙ୍କୁ ପ୍ରୋତ୍ସାହନ । ସେମାନଙ୍କୁ ସୁହାଇଲା ଭଳି ପ୍ରସ୍ତୁତ ହେଉଛି ନିୟମ । ଛୋଟ ଛୋଟ ସଂସ୍ଥା ଯେତେ ଭଲ କାମ କଲେ ବି ସେମାନେ ଯେଭଳି କାମ ନପାଇବେ ସେଥିପାଇଁ ସୁପରିକଳ୍ପିତ ଯୋଜନା ଚାଲିଥିବା ଅଭିଯୋଗ ହେଉଛି । ଆଉ ଏହି ଷଡଯବରେ ବିଭିନ୍ନ ଜିଲ୍ଲାରେ ଭଲ କାମ କରୁଥିବା ଛୋଟ ଛୋଟ ଏନ୍‍ଜିଓମାନେ ବଳି ପଡୁଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ବିଭିନ୍ନ ପୌରାଞ୍ଚଳରେ ଏନ୍‍ଜିଓମାନଙ୍କୁ କାମ ଦେବା ସମୟରେ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ପଚରା ଯାଉନାହିଁ । ଏଭଳି କାମ ପଛରେ ସୁଡାର ଜଣେ ଅଧିକାରୀଙ୍କ ମାଷ୍ଟର ମାଇଣ୍ଡ କାମ କରୁଥିବା ଆଲୋଚନା ହେଉଛି । ମିଳିଥିବା ଅଭିଯୋଗ ଅନୁଯାୟୀ ଏବେ ବିଭିନ୍ନ ପୌରାଞ୍ଚଳରେ ଆଶ୍ରୟଗୃହ ଗୁଡିକର ପରିଚାଳନା ଦାୟିତ୍ୱ ଏନ୍‍ଜିଓମାନଙ୍କୁ ଦେବାପାଇଁ ସ୍ଥିର ହୋଇଛି ।
କେନ୍ଦ୍ର ସରକାର ବି ଏହି ନିର୍ଦ୍ଦେଶ ଦେଇଛନ୍ତି । ହେଲେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏଭଳି ବିଜ୍ଞାପନ ପ୍ରସ୍ତୁତ ହୋଇଛି ଯେ ଯେଭଳି ଛୋଟ ଛୋଟ ଏନ୍‍ଜିଓ ଏପରିକି ସେହି ପୌରସଂସ୍ଥାରେ କାର୍ଯ୍ୟରତ ଏନ୍‍ଜିଓମାନେ କାମ ନପାଇବେ । ଏଥିପାଇଁ ସୁପରିକଳ୍ପିତ ଭାବେ ମାର୍କିଂ ବ୍ୟବସ୍ଥା ହୋଇଛି । ଅର୍ଥ କାରବାର ହେଉ ବା ପୁରୁଣା ଅଭିଜ୍ଞତା ସବୁଥିପାଇଁ ଏହି ମାର୍କିଂ ବ୍ୟବସ୍ଥାା  ତେଣୁ ଅଭିଜ୍ଞତା ନଥିଲେ ଗୋଟିଏ ସଂସ୍ଥା କାମ ପାଇବନାହିଁ । ହେଲେ ଯେଉଁ ସଂସ୍ଥାମାନେ ସମ୍ପୃକ୍ତ ପୌରାଞ୍ଚଳରେ କାମ କରୁଛନ୍ତି ସେମାନଙ୍କୁ ଅଗ୍ରାଧିକାର ଦିଆଯାଉ ନାହିଁ । ଅଥଚ ରାଜ୍ୟର ବିଭିନ୍ନ ସ୍ଥାନରେ ଆଶ୍ରୟସ୍ଥଳ ପରିଚାଳନା ଦାୟିତ୍ୱ ନେଇଥିବା ସଂସ୍ଥା ଅଭିଜ୍ଞତା ଆଧାରରେ ମାର୍କିଂ ପାଇ ନୂଆ ସ୍ଥାନ ସଂକ୍ରାନ୍ତରେ ଧ୍ୟାନ ଧାରଣା ନଥିଲେ ବି କାମ ପାଇଯାଉଛନ୍ତି । କିଛିଦିନ ତଳେ ନୟାଗଡ ଜିଲ୍ଲା ପାଇଁ ପ୍ରକାଶିତ ଏଭଳି ଏକ ଟେଣ୍ଡରରେ ଭାଗନେଇ ଅଯୋଗ୍ୟ ଘୋଷିତ ହୋଇଥିବା ଗୋଟିଏ ପ୍ରତିଷ୍ଠିତ ଏନ୍‍ଜିଓର କର୍ମକର୍ତ୍ତା କହିଛନ୍ତି ଯେ ବଡ ବଡ ଏନ୍‍ଜିଓଙ୍କୁ କାମ ଦେବାପାଇଁ ଏହା ହେଉଛି ସୁପରିକଳ୍ପିତା ଯୋଜନା ।
ଏଥିପାଇଁ ବେଶ୍‍ କାରବାର ବି ହେଉଛି । ତେଣୁ ଅଭିଜ୍ଞତାକୁ ବଡ ଆଧାର କରାଯାଉଛି । ଯଦି ଗୋଟିଏ ସଂସ୍ଥା କାମ ନପାଇବେ ତେବେ ତାହାର ଅଭିଜ୍ଞତା ଆସିବ କେଉଁଠୁ ? ଯଦି ସଂସ୍ଥାଟି ସମ୍ପୃକ୍ତ ପୌର ସଂସ୍ଥାରେ କାର୍ଯ୍ୟ କରୁଛି ତେବେ ତାହାକୁ ଅଗ୍ରାଧିକାର ଦେବାକଥା । ଏପରିକି ଏ ସଂକ୍ରାନ୍ତରେ ସମ୍ପୃକ୍ତ ପୌର ସଂସ୍ଥା ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ମତାମତା ସହିତ ସମ୍ପୃକ୍ତ ସଂସ୍ଥାର କାର୍ଯ୍ୟକୁ ମାର୍କିଂ ବ୍ୟବସ୍ଥାରେ ସାମିଲ କରିବାକଥା । ଏହାଛଡା ଆଶ୍ରୟସ୍ଥଳ ଚଳାଇବାପାଇଁ ସର୍ବନିମ୍ନ ୨୫ଲକ୍ଷ ଟଙ୍କାର ଯେଉଁ ମାନଦଣ୍ଡ ହୋଇଛି ତାହା ବି କିଛି ବଡ ଏନ୍‍ଜିଓଙ୍କୁ ନଜରରେ ରଖି କରାଯାଇଛି ।
ଏଭଳି କାରବାର ପଛରେ ନଗର ଉନ୍ନୟନ ବିଭାଗର କିଛି ଅଧିକାରୀ ଓ ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା (ସୁଡା)ର ଜଣେ ଅଧିକାରୀଙ୍କ ମାଷ୍ଟର ମାଇଣ୍ଡ କାମ କରୁଛି । ସୁଡାର ଏହି ଅଧିକାରୀ ଜଣଙ୍କ ପ୍ରାୟ ୬ବର୍ଷ ହେଲା ଗୋଟିଏ ପଦବୀରେ କାର୍ଯ୍ୟ କରୁଛନ୍ତିା  ବଡ ବଡ ଏନ୍‍ଜିଓଙ୍କୁ କାମଦେବା କ୍ଷେତ୍ରରେ ତାଙ୍କ ଭୂମିକାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କିଛିଦିନ ତଳେ ତାଙ୍କୁ ରାଜ୍ୟ ସରକାର ବଦଳି କରିଥିଲେ ମଧ୍ୟ କେତୋଟି ବଡ ଏନ୍‍ଜିଓଙ୍କ ଚାପ ଯୋଗୁଁ ତାଙ୍କର ବଦଳି ବାତିଲ ହୋଇଯାଇଥିଲା । ଏହି ଅଧିକାରୀଜଣଙ୍କ ଏବେ କିଛି ବଡ ଏନ୍‍ଜିଓ ଓ ଆଉ କିଛି ଘରୋଇ ବ୍ୟାଙ୍କ୍‍ ଅଧିକାରୀଙ୍କ ଧରି ଯେଭଳି କାରବାର କରୁଛନ୍ତି ତାହା ଖୁବ୍‍ଶୀଘ୍ର ସରକାରଙ୍କୁ ବଦନାମ କରିବ ।
ତେଣୁ ତୁରନ୍ତ ଆଶ୍ରୟସ୍ଥଳ ପରିଚାଳନା ପାଇଁ ମାର୍କିଂ ବ୍ୟବସ୍ଥା ଓ ଟେଣ୍ଡର ପ୍ରକ୍ରିୟାରେ ପରିବର୍ତ୍ତନ ପାଇଁ ମତପ୍ରକାଶ ପାଉଛି । ଏହା ନହେଲେ ତେଲିଆ ମୁଣ୍ଡରେ ତେଲ ଭଳି ବଡ ବଡ ଏନ୍‍ଜିଓମାନେ ହାତ କାମ ପାଇବେ ଓ ଭଲ କାମ କରୁଥିବା ଅନେକ ଛୋଟ ଛୋଟ ସଂସ୍ଥା ବଳି ପଡିଯିବେ । ବିଭାଗୀୟ ମବୀ ପ୍ରତାପ ଜେନା ଏ ଦିଗ ପ୍ରତି ଦୃଷ୍ଟି ଦେବାକୁ
ଦାବି ହେଉଛି ।