Odia News Portal

ବିଆର୍ ଲାଇଫ୍ କଳିଙ୍ଗ ନର୍ସିଙ୍ଗ କଲେଜର ଛାତ୍ରଛାତ୍ରୀଙ୍କ ଦ୍ୱାରା କ୍ୟାନ୍‌ସର ବିରୋଧୀ ଅଭିଯାନ

ଭୁବନେଶ୍ୱର : ବିଶ୍ୱ କ୍ୟାନ୍‌ସର ଦିବସରେ ବିଆର୍ ଲାଇଫ୍ କଳିଙ୍ଗ ନର୍ସିଙ୍ଗ କଲେଜ୍‌ର ଛାତ୍ରଛାତ୍ରୀମାନେ ଆଜି ହସ୍ପିଟାଲ ପରିସରରେ କ୍ୟାନ୍‌ସର ବିରୋଧରେ ଏକତ୍ରୀତ ହୋଇ ଚଳିତ ବର୍ଷର ଥିମ୍ ‘ଆଇ ଆମ୍ ଆଣ୍ଡ ଆଇ ୱିଲ୍‌’କୁ ପ୍ରଚାର କରିଥିଲେ । ଏହି ଅଭିଯାନ ହେଉଛି କ୍ୟାନ୍‌ସରକୁ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏକ ଆଶାର କିରଣ ବାଂଟିବା ଲାଗି ପ୍ରୋତ୍ସାହିତ କରିବା ଏବଂ କ୍ୟାନ୍‌ସର ପୀଡିତଙ୍କୁ ସେମାନଙ୍କ ନିକଟରେ କ୍ୟାନ୍‌ସରକୁ ସାମ୍‌ନା କରିବାର କ୍ଷମତା ରହିଛି ବୋଲି ପ୍ରେରିତ କରି ଅଧିକ ମଜଭୁତ କରିବାର ଏକ ପଦକ୍ଷେପ । ଆଧୁନିକ ଗତିହୀନ ଜୀବନଶୈଳୀ ଓ ଖାଦ୍ୟାଭ୍ୟାସ ଗତ କିଛି ବର୍ଷ ମଧ୍ୟରେ କ୍ୟାନ୍‌ସରକୁ ସବୁଠାରୁ ସାଧାରଣ ରୋଗରେ ପରିଣତ କରିଛି ।

ନ୍ୟାସ୍‌ନାଲ ହେଲ୍‌ଥ ପ୍ରୋଫାଇଲ ୨୦୧୯ ଅନୁଯାୟୀ, ଭାରତରେ ଚିହ୍ନଟ ହୋଇଥିବା କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟାରେ ପ୍ରାୟ ୩୦୦% ବୃଦ୍ଧି ଘଟିଛି । କ୍ୟାନ୍‌ସର ବିରୋଧରେ ସଚେତନତା ସୃଷ୍ଟି କରିବାର ସଙ୍କେତ ଦେଇ ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲର ଡାକ୍ତର ଓ ଛାତ୍ରଛାତ୍ରୀମାନେ ଲୋକମାନଙ୍କୁ ଏକ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ପରାମର୍ଶ ଦେଇଥିଲେ, ଯାହାକି ସେମାନଙ୍କୁ କ୍ୟାନ୍‌ସର ଭଳି ରୋଗକୁ ଦୂରେଇ ରଖିବାରେ ସହଯୋଗ କରିବ । ଏହି ଅବସରରେ ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲର ସର୍ଜିକାଲ ଅଙ୍କୋଲୋଜିଷ୍ଟ, ଡା. ଦିଲ୍ଲୀପ କର କହିଥିଲେ, ଏହି ଅଭିଯାନ ମାଧ୍ୟମରେ ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲରେ ଆମେ ଶପଥ ନେଉଛୁ ଯେ, ଆମେ ସବୁବେଳେ ଲୋକମାନଙ୍କୁ କ୍ୟାନ୍‌ସରର କାରଣଗୁଡିକ ସମ୍ପର୍କରେ ସବୁବେଳେ ଲୋକମାନଙ୍କୁ ସଚେତନ କରାଇବୁ । ଓଡିଶାରେ ୪୫.୬% ଲୋକ ତମାଖୁ ଓ ତମାଖୁ ସମ୍ବନ୍ଧିତ ଉତ୍ପାଦରେ ଅଭ୍ୟସ୍ତ ହୋଇରହିଛନ୍ତି । ବିଭିନ୍ନ ପ୍ରକାର କ୍ୟାନସର ସମ୍ପର୍କରେ ସଚେତନତା କାରଣରୁ ୧୫-୧୭ ବର୍ଷ ପିଲା ମାନଙ୍କ ମଧ୍ୟରେ ତମାଖୁ ବ୍ୟବହାର ୧୬.୩%ରୁ ୧୧.୩% ପର୍ଯ୍ୟନ୍ତ ହ୍ରାସ ହୋଇପାରିଛି । ଏହିପରି ସଚେତନତା କାର୍ଯ୍ୟକ୍ରମ ଗୁଡ଼ିକ ବିଦ୍ୟାଳୟ ସ୍ତରରେ କରାଗଲେ ଭବିଷ୍ୟତରେ ଓଡ଼ିଶାରେ ଆହୁରୀ ଆଖିଦୃଷିଆ ପରିର୍ବନ ହୋଇପାରିବ । ବିଆର ଲାଇଫ କଳିଙ୍ଗ ପକ୍ଷରୁ ଓଡ଼ିଶା ସରକାରଙ୍କ ସହିତ ମିଳିତ ସହବନ୍ଧିତହୋଇ ଜିଲ୍‌ଲା ସ୍ତରରେ ତମାଖୁ ମୁକ୍ତ ସ୍କୁଲ ଏବଂ କଲେଜ ଗଠନ ଦିଗରେ କାର୍ଯ୍ୟ କରିବ । ଏହା ଓଡ଼ିଶାରେ କ୍ୟାନସର ହ୍ରାସ କରିବାରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିପାରିବ ।

ଧୂମ୍ରପାନ ଛାଡିବା, ଚିନି, ରିଫାଇନ୍‌ଡ କାର୍ବ ଓ ପ୍ରୋସେସ୍‌ଡ ମିଟ୍‌ର କମ୍ ସେବନ, ଅତିବାଇଗଣୀ ରଶ୍ମୀରୁ ନିଜକୁ ସୁରକ୍ଷା ଦେବା ଏବଂ ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ଆମେ କ୍ୟାନ୍‌ସରକୁ ଦୂରେଇ ରଖିପାରିବା । ଏକ ସୁସ୍ଥ ଓ ପୁଷ୍ଟିକର ଆହାର ଦୃଷ୍ଟିକୋଣ ଦୀର୍ଘାବଧିରେ କ୍ୟାନ୍‌ସରରୁ ଦୂରେଇ ରଖିବାରେ ସହଯୋଗ କରିପାରିଥାଏ । ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ପ୍ରତିଦିନ ଏକ ଉତମ ଆହାର ଦ୍ୱାରା ଆମେ କ୍ୟାନ୍‌ସର ରିସ୍କକୁ ୭୦% ପର୍ଯ୍ୟନ୍ତ କମ୍ କରିପାରିବା ଏବଂ କ୍ୟାନ୍‌ସର୍‌ରୁ ସୁସ୍ଥ ହେବାରେ ମଧ୍ୟ ଏହା ସାହାର୍ଯ୍ୟ କରିଥାଏ । ଛାତ୍ରଛାତ୍ରୀମାନେ ପ୍ରଚାର କରିଥିଲେ ଯେ, ବ୍ରକୋଲି, କୋବି, ବନ୍ଧାକୋବି ଆଦି ପନିପରିବାରେ ସଲ୍‌ଫୋରାଫେନ୍ ରହୁଥିବାରୁ ସେଗୁଡିକ ଟ୍ୟୁମର୍‌ର ଆକାର ହ୍ରାସ କରିବାରେ ସହଯୋଗ କରିଥାନ୍ତି ଏବଂ ଖଟା ଫଳଗୁୁଡିକ ମଧ୍ୟ କ୍ୟାନ୍‌ସରକୁ ରୋକିବାରେ ସହାୟକ ହୋଇଥାନ୍ତି । ଏବଂ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ହେଉଛିକି ଜଣେ ଶିଘ୍ର ଶୋଇବା ସହ ଶିଘ୍ର ସଜ୍ୟା ତ୍ୟାଗ କରିବା ଏବଂ ପ୍ରତିଦିନ ୩୦ ମିନିଟ୍ ବ୍ୟାୟାମ କରିବା ହେଉଛି ନିତାନ୍ତ ଆବଶ୍ୟକ ।