Odia News Portal

୫୦ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ବଜାର ଥାନା ପୋଲିସକୁ ସଫଳତା । ଜଣେ ବ୍ୟବସାୟୀଙ୍କ ଏଜେଣ୍ଟଙ୍କଠାରୁ ବନ୍ଧୁକ ଦେଖାଇ ଲୁଟି ନେଇଥିବା ନଗଦ ୫୦ଲକ୍ଷ ଲୁଟ୍ ଘଟଣାରେ ୫ଜଣ ଗିରଫ ହେବା ସହ ଲୁଟ୍ ଟଙ୍କା ମଧ୍ୟରୁ ୩୬ଲକ୍ଷ ୭୭ହଜାର ଟଙ୍କା , ମୋବାଇଲ, ଓ ଅଳଙ୍କାର ଜବତ କରିଛି ପୋଲିସ । ଗିରଫ ହୋଇଥିବା ଲୁଟେରାମାନେ ହେଲେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଢିପ ସାହିର ସୁନିଲ ବିଷୋୟୀ, ଶ୍ରୀରାମନଗର ତୃତୀୟ ଲାଇନର ମୁନା ମହାରଣା,ଆସିକା ରୋଡ୍ ମଥୁରାନଗରର ପ୍ରତୀକ ଦଳାଇ, ପାଟପୁର ଥାନା କଙ୍କରଡ଼ା ଗାଁର ରାଜା ଚୌଧୂରୀ ଓରଫ ଷ୍ଟାଇଲିସ୍ ଲକି ଓ ସଦର ଥାନା ଅନ୍ତର୍ଗତ ଭାବିନୀପୁର ଗାଁର ନିରଞ୍ଜନ ଗୌଡ଼ ।

ଘଟଣାକ୍ରମ ଏପରି ଥିଲା ଗତ ମାସ ୨୩ ତାରିଖରେ ବ୍ରହ୍ମପୁର ଶ୍ରୀରାମ ନଗର ଅଞ୍ଚଳରୁ କୋଲକତାର ଏକ ଗାର୍ମେଣ୍ଟ୍ କମ୍ପାନୀର ଏଜେଣ୍ଟ୍ ଚକାଡ଼ୋଳା ମାଝୀ ନାମକ ଜଣେ ଯୁବକ ୫୦ଲକ୍ଷ ଟଙ୍କା ଧରି ଭୂବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ ।