Odia News Portal

ବାଉଁଶୁଣି ଲୋକ ମହୋତ୍ସବରେ ଅଘଟଣ

ବୌଦ୍ଧ : ବୌଦ୍ଧ ବାଉଁଶୁଣିରେ ଚାଲିଥିବା ଲୋକ ମହୋତ୍ସବରେ ଅଘଟଣ। ଗ୍ୟାସ ବେଲୁନ ଟାଙ୍କି ଫାଟି ଜଣେ ଗୁରୁତର।  ମିଳିଥିବା ସୂଚନା ମୁତାବକ ମହୋତ୍ସବକୁ ଆସିଥିବା ବେଲୁନ ଗୁଡିକରେ ଗ୍ୟାସ ଭରିବା ପାଇଁ  ଟାଙ୍କିକୁ ରଖାଯାଇଥିଲା। କିନ୍ତୁ କୌଣସି କାରଣ ବସତଃ ଟାଙ୍କିଟି ଫାଟି ଯାଇଥିଲା।

ଯାହା ଫଳରେ ନିଆଁ ୫ ଟି ଷ୍ଟଲକୁ ବ୍ୟାପି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ଜଣେ ଲୋକ ଗୁରୁତର ହୋଇଥିଲେ। ପ୍ରଥମେ ତାଙ୍କୁ ବାଉଁଶୁଣି ଡାକ୍ତରଖାନା ଓ ପରେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।