Odia News Portal

ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଯୋଗାଣ ନିରୀକ୍ଷକ

ଖୋର୍ଦ୍ଧା : ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକର ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିହାରି। ଜଣେ ଡିଲରଙ୍କ ଠାରୁ କିରୋସିନ ଉଠାଣ ପାଇଁ ଅନୁମତି ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କଲା ଗିରଫ। ମିଳିଥିବା ଖବର ମୁତାବକ ପଲ୍ଲା ଅଂଚଳର ଡିଲର ଅମ୍ବିକା ପ୍ରଶାଦ ଦାସ ପ୍ରାୟ ୧୬ଜଣ କଣ୍ଟ୍ରୋଲ ଡିଲରଙ୍କ ଠାରୁ ୨୦ହଜାର ଟଙ୍କା ନେଇ ଯୋଗାଣ ନିରୀକ୍ଷକଙ୍କୁ ଦେଉଥିବା ଖବର ଭିଜିଲାନ୍ସକୁ  ମିଳିଥିଲା।

ଯାହା ଫଳରେ ଯୋଗାଣ ଅଧିକାରୀଙ୍କୁ ଗିରଫ କରିବା  ଖୋର୍ଦ୍ଧା,ନୟାଗଡ,ଭୁବନେଶ୍ୱର ଭିଜିଲାନ୍ସ ଟିମ ପାଇଁ ଯୋଜନା ପ୍ରସ୍ତୁତ କରି ଗିରଫ କରିଥିଲେ। ଗିରଫ ବେଳେ ତାଙ୍କ ଠାରୁ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ଏଭଳି ପ୍ରତି ମାସରେ କିରୋସିନ ଉଠାଣ ଅନୁମତି ପାଇଁ ଖୋର୍ଦ୍ଧା ବ୍ଲକର ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିହାରି ଲାଞ୍ଚ ନେଉଥିବା ଅଭିଯୋଗ ହୋଇଆସୁଥିଲା । ସେହିପରି ମାର୍ଶାଲିନଙ୍କ ଡୁମୁଡୁମା ସ୍ଥିତ ବାସଭବନ ରେଡ଼ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।