Odia News Portal

୨୮ରେ ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ୱର : ଆସନ୍ତା ୨୮ରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ । ଶ୍ରୀ ଶାହ ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେବା ସହ ବିଜେପିର ଏକ କର୍ମକର୍ତ୍ତା ସମ୍ମିଳନୀରେ ସାମିଲ ହେବାର କାର୍ଯ୍ୟସୂଚୀ ରହିଛି । ପୂର୍ବରୁ ଶାହଙ୍କର ଗସ୍ତ ଦୁଇଥର ବାତିଲ ହୋଇଛି ।

ଉଲ୍ଲେଖଯୋଗ୍ୟ, ଲୋକସେବା ଭବନର କନଭେନସେନ ସେଣ୍ଟରରେ ହେବାକୁ ଥିବା ପୂର୍ବାଞ୍ଚଳ ପରିଷଦ ବୈଠକରେ ଶ୍ରୀ ଶାହ ଅଧ୍ୟକ୍ଷତା କରିବେ । ଏଥିରେ ଓଡ଼ିଶା ସମେତ ଆସାମ, ପଶ୍ଚିମବଙ୍ଗ, ସିକିମ୍‌, ଝାଡ଼ଖଣ୍ଡ, ବିହାର ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି । ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଆଇନ ଶୃଙ୍ଖଳା ସହ ବିଭିନ୍ନ ସମସ୍ୟା ସଂପର୍କରେ ଏ ବୈଠକରେ ଆଲୋଚନା ହେବ ବୋଲି ସ୍ଥିର ହୋଇଛି।