Odia News Portal

ଆମ୍ବୁଲାନ୍ସ ସେବାରେ ଉତ୍କୃଷ୍ଟ କର୍ମଚାରୀମାନଙ୍କୁ ପୁରସ୍କୃତ

ଭୁବନେଶ୍ୱର : ଓଡ଼ିଶାରେ ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ସେବାକୁ ପରିଚାଳନା କରୁଥିବା କମ୍ପାନୀ ଜିକିତ୍ସା ହେଲଥ କେୟାର ଲିମିଟେଡର ଜିକିତ୍ସା ଓଡ଼ିଶା ସ୍କଲାରସିପ ପ୍ରୋଗ୍ରାମ ୨୦୨୦ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆମ୍ବୁଲାନ୍ସ ସେବା କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ସାତଜଣ ଆମ୍ବୁଲାନ୍ସ କର୍ମଚାରୀ, ତିନିଜଣ କ୍ଲଷ୍ଟର ଲିଡର ପୁରସ୍କୃତ ହୋଇଛନ୍ତି । ଏହାବାଦ୍ ସଂସ୍ଥାରେ କାର୍ଯ୍ୟରତ କର୍ମୀଙ୍କ ପିଲାମାନଙ୍କ ମଧ୍ୟରୁ ଗତବର୍ଷ ଦଶମ ଶ୍ରେଣୀରେ ସର୍ବୋଚ୍ଚ ମାର୍କ ରଖିଥିବା ଦଶଜଣ ପିଲାଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଛି । କାର୍ଯ୍ୟକ୍ରମ ଶୁଭାରମ୍ଭ ଜିକିତ୍ସା ହେଲଥକେୟାର ଲିମିଟେଡର ଶ୍ରୀଯୁକ୍ତ ମନିଷ କୁମାର, ମାନବ ସମ୍ବଳ ମୁଖ୍ୟ ଏବଂ ଶ୍ରୀ ସବ୍ୟସାଚୀ ବିଶ୍ୱାଳ, ଓଡ଼ିଶା ମୁଖ୍ୟଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ମାଧ୍ୟମରେ କରାଯାଇଥିଲା ।

ଏହି ଅବସରରେ ସୂଚନା ଦେଇ ଶ୍ରୀ ସବ୍ୟସାଚୀ ବିଶ୍ୱାଳ, ଓଡ଼ିଶା ମୁଖ୍ୟ କହିଛନ୍ତି ଯେ,  ଜିକିତ୍ସା ହେଲଥ କେୟାର ଲିମିଟେଡ ଏବଂ ଏହାର କର୍ମଚାରୀ ସର୍ବଦା ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ସେବାକୁ ଲୋକଙ୍କ ଆଶାରୁ ଅଧିକ ପ୍ରଦାନ କରିବା ପାଇଁ ପ୍ରୟାସରତ । ଏହାର କ୍ରିୟୁ ମେମ୍ବରମାନେ ଅନେକ ସମୟରେ ନିଜ କାର୍ଯ୍ୟ ପରିସୀମା ଠାରୁ ଉର୍ଦ୍ଧ୍ୱକୁ ଉଠି ବିଭିନ୍ନ କାର୍ଯ୍ୟ କରି ଲୋକଙ୍କ ଜୀବନ ବାଉଛନ୍ତି । ଯାହା ମଧ୍ୟରେ ବିଭିନ୍ନ ଦୁର୍ଗମ ଅଳ ଯେଉଁଠାରେ ରାସ୍ତା ନଥାଏ ଆବଶ୍ୟକସ୍ଥଳେ ଭାରରେ ରୋଗୀଙ୍କୁ ବୋହି ଆଣିଛନ୍ତି । ଗୁରୁତର ରୋଗୀଙ୍କୁ ରକ୍ତଦେଇ ଜୀବନ ବାଇଛନ୍ତି । ଫନି, ଫାଇଲିନ ପରି ପ୍ରଳୟଙ୍କାରୀ ପ୍ରାକୃତିକ ଦୁର୍ବିପାକରେ ନିଜ ର୍କବ୍ୟଠୁ ଉର୍ଦ୍ଧ୍ୱରେ ରହି କାମ କରିଛନ୍ତି । ରୋଗୀମାନଙ୍କର ମୂଲ୍ୟବାନ ଜିନିଷପତ୍ରକୁ ଫେରାଇ ନିଜର ସାଧୁତାର ପରିଚୟ ଦେଇଛନ୍ତି । ଏହିସବୁ ବିଭିନ୍ନ କାର୍ଯ୍ୟକୁ ଭିିକରି ସାତଜଣ କର୍ମଚାରୀ ଏବଂ ତିନିଜଣ କ୍ଲଷ୍ଟର ଲିଡରଙ୍କୁ ପୁରସ୍କୃତ କରାଯାଇଛି । ଏହି ପୁରସ୍କାର ଆମ କର୍ମଚାରୀମାନଙ୍କ ଉତ୍ସାହ ବର୍ଦ୍ଧନ କରିବା ସହ ଅନ୍ୟ କର୍ମଚାରୀମାନଙ୍କୁ ଏପରି କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇବ ।

ଏହି ଅବସରରେ ପୁରସ୍କୃତ କରାଯାଇଥିବା ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ମଧ୍ୟରେ ରହିଛନ୍ତି ସମୀର କୁମାର ତ୍ରିପାଠୀ, ଏ କ୍ରିଷ୍ଣା ରାଓ, କିରନ ଭାଲ୍‌, ଚିରଞ୍ଜନ ଦାଶ, ଯତିନ୍ଦ୍ର ପାତ୍ର, ସଦାଶିବ ପାଣି ଓ ବିନୋଦ ଭୋଇ । ଏହାବାଦ ତିନିଜଣ କ୍ଲଷ୍ଟର ଲିଡର ସମ୍ବଲପୁରର ପ୍ରଦୀପ କୁମାର ପ୍ରଧାନ, ନୟାଗଡ଼ର ସୁଶାନ୍ତ ଷଡ଼ଙ୍ଗୀ ଏବଂ କେନ୍ଦୁଝରର ସୁନିଲ କୁମାର ପାଢ଼ୀ ଆଦିଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । ପୁରସ୍କୃତ କରାଯାଇଥିବା ଶ୍ରୀ ସମୀର କୁମାର ତ୍ରିପାଠୀ ବିଗତ ତିନିବର୍ଷ ଧରି ମାଲକାନଗିରି ଜିଲ୍ଲାର ଖଇରପୁଟ ଚିକିତ୍ସାଳୟରେ ଇଏମଟି ଭାବେ କାର୍ଯ୍ୟରତ । ତାଙ୍କର ସେବା ମନୋବୃି ଯୋଗୁଁ ସେ ତାଙ୍କ ଅଳରେ ବେଶ ପରିଚିତ । ତେବେ ନୀକଟରେ ଜଣେ ଗର୍ଭବତୀଙ୍କୁ ରକ୍ତ ଦେଇ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ସେହିପରି ଅନ୍ୟଜଣେ ପୁରସ୍କାରପ୍ରାପ୍ତ କର୍ମଚାରୀ ହେଉଛନ୍ତି ମାଲକାନଗିରି ମାଥିଲି ଗୋଷ୍ଠୀ କେନ୍ଦ୍ରରେ ସାତବର୍ଷ ହେବ କାର୍ଯ୍ୟରତ ଏ କ୍ରିଷ୍ଣା ରାଓ । ବିଭିନ୍ନ ସମୟରେ ଅନେକ ଲୋକଙ୍କୁ ରକ୍ତ ଦେଇ ସେ ତାଙ୍କର ଜୀବନ ବାଇଛନ୍ତି । କେତେବେଳେ କୌଣସି ରୋଗୀର ପର୍ସ କିମ୍ବା ମୁଲ୍ୟବାନ ସାମଗ୍ରୀ ଫେରାଇ ତ କେତେବେଳେ ଅଚିହ୍ନା ରୋଗୀଙ୍କୁ ଡାକ୍ତରଖାନା ଆଣି ନିଜ ହାତରୁ ଟଙ୍କା ଖର୍ଚ୍ଚ କରାଇ ଚିକିତ୍ସା କରାଇ ନିଜର ମଣିଷପଣିଆର ପରିଚୟ ଦେଇଛନ୍ତି । ଜିକିତ୍ସା ହେଲଥ କେୟାର ଲିଃ. ପକ୍ଷରୁ ସମ୍ପ୍ରତି ଓଡିଶାର ୩୦ଟି ଜିଲ୍ଲାରେ ୫୧୨ଟି ଆମ୍ବୁଲାନ୍ସ ମାଧ୍ୟମରେ ୧୦୮ ଆମ୍ବୁଲାନ୍ସ ଜରୁରୀ କାଳୀନ ସେବାର ପ୍ରଚଳନ କରାଯାଉଛି । ୧୦୮ ଆମ୍ବୁଲାନ୍ସ ସେବା ଦ୍ୱାରା ବିଗତ ୭ବର୍ଷ ମଧ୍ୟରେ ୨୬ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଆମ୍ବୁଲାନ୍ସ ସେବା ଏବଂ ୨୫ଲକ୍ଷରୁ ଉର୍ଦ୍ଧ୍ୱ ଗର୍ଭବତୀ ଏବଂ ଶିଶୁଙ୍କୁ ୧୦୨ ଆମ୍ବୁଲାନ୍ସ ସେବା ପ୍ରଦାନ କରିସାରିଲେଣି । ଏପରିକି ରାଜ୍ୟର ବିଭିନ୍ନ ଜଳବନ୍ଦୀ ଅଳରେ ଏହା ବୋଟ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଉଛି । ୧୦୮ ଆମ୍ବୁଲାନ୍ସ ସେବା ଭୁବନେଶ୍ୱରସ୍ଥିତ ଷ୍ଟେଟ ଅଫ ଦି ଆର୍ଟ କେନ୍ଦ୍ରରୁ ପରିଚାଳିତ ହେଉଛି ।