Odia News Portal

ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା, ୨ ମୃତ ଓ ୭ ଗୁରୁତର

ବଲାଙ୍ଗିର : ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା । ବଲାଙ୍ଗିର ପାଟଣାଗଡ଼ ନିକଟ ଘୁମେର ଓ ପପିଆ ଗାଁର କିଛି ତୀର୍ଥଯାତ୍ରୀ ପୁରୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ବଲାଙ୍ଗିର ସୋନପୁର ରାସ୍ତାରେ ବାଇପାସ୍‌ଠାରେ ଏକ ଟ୍ରକ୍‌ର ପଛ ପଟେ ବୋଲେରୋଟି ପିଟି ହୋଇ ଯାଇଥିଲା ।

ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ୭ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ତେଜ ବାଘ ଓ ସକୁନ୍ତଳା ସାହୁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତି ଆରମ୍ଭ କରିଛି ।