Odia News Portal

ଭାଲେଣ୍ଟାଇନ୍ ଡେ’ରେ ଏହି ରାଜ୍ୟରେ ପାଳନ କରାଯିବ ମାତୃ-ପିତୃ ପୂଜନ ଦିବସ

ଅହମ୍ମଦାବାଦ : ସାରା ବିଶ୍ବ ଯେଉଁଠି ୧୪ ଫେବୃଆରୀରେ ଭାଲେଣ୍ଟାଇନ୍ ଡେ ପାଳନ କରୁଥିବ ସେତେବେଳେ ଭାରତରେ ଏଭଳି ଏକ ରାଜ୍ୟ ରହିଛି ଯେଉଁଠି ମାତୃ-ପିତୃ ପୂଜନ ଦିବସ ପାଳନ କରାଯିବ। ଏଥିପାଇଁ ସରକାରୀ ବିଭାଗ ଦ୍ବାରା ନିର୍ଦେଶ ମଧ୍ୟ ଜାରି କରାଯାଇଛି।

ଗୁଜୁରାଟର ସୁରଟ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କ ଦ୍ବାରା ଜାରି କରାଯାଇଥିବା ସର୍କୁଲାରରେ ଲେଖାଯାଇଛି, ସ୍କୁଲ ପିଲାଙ୍କ ଭିତରେ ଭାରତୀୟ ସଂସ୍କୃତି ଓ ମୂଲ୍ୟକୁ ପ୍ରୋତ୍ସାହନ ଦେବାପାଇଁ ୧୪ ଫେବୃଆରୀରେ ମାତୃ-ପିତୃ ପୂଜନ ଦିବସ ପାଳନ କରାଯିବ। ଏହି ସର୍କୁଲାର ସମସ୍ତ ସରକାରୀ ସ୍କୁଲ ପାଇଁ ଜାରି କରାଯାଇଛି। ଏଥିରେ ଏହା କୁହାଯାଇଛି ଯେ, ପୂଜନ ଦିବସ କିଭଳି ଭାବରେ ପାଳନ କରାଯିବ।ଜିଲ୍ଲା ଶିକ୍ଷା-ଅଧିକାରୀଙ୍କ ଦ୍ବାରା ଜାରି ସର୍କୁଲାର ଅନୁସାରେ, ସମସ୍ତ ସ୍କୁଲକୁ ୫ରୁ ୧୦ ଜଣ ଦମ୍ପତ୍ତିଙ୍କୁ ଆମନ୍ତ୍ରଣ କରାଯିବ। ଏହାପରେ ସ୍କୁଲ କ୍ୟାମ୍ପସରେ ପଢୁଥିବା ତାଙ୍କର ପୁଅ-ଝିଅଙ୍କ ଦ୍ବାରା ଫୁଲ ମାଳ, ମିଠା ଓ ପ୍ରାର୍ଥନା ପଢି ତାଙ୍କର ପୂଜା କରାଯିବ।

ଏହି ଅବସରରେ ସ୍କୁଲର ବିଶିଷ୍ଟ ଅତିଥି ଯେପରିକି ନେତା-ମନ୍ତ୍ରୀ ଓ ସ୍କୁଲ ପରିଚାଳକ ସମିତିର ସଦସ୍ୟ କିମ୍ବା ସାମାଜିକ କର୍ମୀ ମଧ୍ୟ ଯୋଗ ଦେଇପାରନ୍ତି। ସ୍କୁଲରେ କେବଳ ଏହି କାର୍ଯ୍ୟକ୍ରମ ଆୟେଜନ କରାଯିବ ତାହା ନୁହେଁ ଏହା ସହିତ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଜମା କରିବାକୁ ହେବ। ତେବେ ସରକାରଙ୍କ ଦ୍ବାରା ନିଆଯାଇଥିବା ଏହି ପଦକ୍ଷେପକୁ ବିପକ୍ଷ ଦଳ ବିରୋଧ କରିଛି।