Odia News Portal

ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

ରାଞ୍ଚି : ଝାଡ଼ଖଣ୍ଡ ହଜାରୀବାଗ ସହରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମାକୁ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ସହରର କୁମହାର ପାର ନାଲା ୱାର୍ଡ ନମ୍ୱର ୨୪ରେ ମହାତ୍ମା ଗାନ୍ଧୀଙ୍କ ସ୍ମାରକ ସ୍ଥଳରେ ବାପୁଙ୍କ ଏହି ପ୍ରତିମୂର୍ତ୍ତି ଥିଲା, ଯାହାକୁ କିଛି ଦୁର୍ବୃତ୍ତ ଭାଙ୍ଗି ତଳେ ପକାଇ ଦେଇଛନ୍ତି । ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି । ହଜାରୀବାଦ ସଦର ଥାନାରେ ଏନେଇ ଏତଲା ଦିଆଯାଇଛି ।

ସ୍ଥାନୀୟ ଲୋକଙ୍କ ଅନୁସାରେ ଫେବ୍ରୁଆରୀ ୮ ସନ୍ଧ୍ୟାରେ ମାହତ୍ମା ଗାନ୍ଧୀଙ୍କ ପ୍ରତିମାକୁ ବିକୃତ କରାଯାଇଛି । ଗାନ୍ଧୀ ଜୀଙ୍କ ସ୍ମାରକ ରୂପେ ୧୯୪୮ ଫେବ୍ରୁଆରୀ ୨ରେ ବାପୁଙ୍କ ଏହି ପ୍ରତିମା ସ୍ଥାପନ କରାଯାଇଥିଲା । ଗାନ୍ଧୀ ସ୍ମାରକ ସମିତିର ଅଧ୍ୟକ୍ଷ ମନୋଜ ବର୍ମା ସଦର ଥାନାରେ ଏହାର ଲିଖିତ ଅଭିଯୋଗ କରିଥିଲେ । ସ୍ଥାନୀୟ ଲୋକ ପ୍ରତିମାକୁ ବିକୃତ କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।