Odia News Portal

ହକି ଯୁବଖେଳାଳିମାନଙ୍କୁ ବ୍ରହ୍ମାକୁମାରୀଜ୍‌ ସେବାକେନ୍ଦ୍ରରେ ସମ୍ବର୍ଦ୍ଧନା

ଭୁବନେଶ୍ୱର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଈଶ୍ୱରୀୟ ଜ୍ଞାନ ଓ ଯୋଗ ବିଜ୍ଞାନର ଅନୁସନ୍ଧାନ ସଂସ୍ଥା “ରାଜଯୋଗ ଏଜୁକେସନ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍‌” ଯାହା ପ୍ରାଚୀନ ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକ ଜ୍ଞାନ ଏବଂ ରାଜଯୋଗର ପ୍ରୟୋଗ ଦ୍ୱାରା ପ୍ରକୃତି, ପରିବେଶ ଏବଂ ମାନବୀୟ ପ୍ରବୃତିର ସକାରାତ୍ମକ ପରିବର୍ତନ ଏବଂ ଏହାର ପ୍ରଭାବ ସଂପର୍କରେ ବୈଜ୍ଞାନିକ ତର୍କ ଏବଂ ତଥ୍ୟ ସମ୍ବଳିତ ଜାଗତିକ ବାସ୍ତବାର ରହସ୍ୟ ଉନ୍ମୋଚନ କରିବାପାଇଁ
ଏହାର ୨୧ଟି ୱିଙ୍ଗ ଦ୍ୱାରା ସମାଜର ପ୍ରତ୍ୟେକ ବର୍ଗ ଏବଂ ସ୍ତରକୁ
ନେଇ ରିସର୍ଚ୍ଚ କରିଥାଏ । ସ୍ପୋର୍ଟସ୍ ୱିଙ୍ଗ୍ ଦ୍ୱାରା ପଟିଆ ସେବକେନ୍ଦ୍ରରେ ହକି ଯୁବଖେଳାଳୀମାନଙ୍କର ସ୍ୱାଗତ ସମ୍ବର୍ଦ୍ଧାନା ଆୟୋଜନ କରାଯାଇଥିଲା ।
ଏଥିସହ “ରାଜଯୋଗ ଫର ବୁଷ୍ଟିଙ୍ଗ୍ ସ୍ପୋର୍ଟସ ପରଫାନ୍ସାସ୍‌” ଶିର୍ଷକ ଏକ ସେମିନାର ଆୟୋଜନ କରାଯାଇଥିଲା । ଏହି ସେମିନାରକୁ ଆଇ.ଟି.ୱିଙ୍ଗ୍ ମାଉଁଟଆବୁରୁ ଆସିଥିବା ଇଂ.ରାଜଯୋଗିନୀ ବ୍ରହ୍ମାକୁମାରୀ ସବିତା ପରିଚାଳନା କରିଥିଲେ । ଏଥିସହ ଖେଳାଳିମାନଙ୍କୁ ଉତ୍ସାହିତ କରିବାପାଇଁ ସମ୍ମାନୀତ ଅତିଥି ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ହକି ଖେଳାଳି ସୁବୋଧ ତିର୍କି, ଇଷ୍ଟକୋଷ୍ଟ ରେଲୱେର ହକି କୋଚ୍ ଶ୍ରୀଯୁକ୍ତ ରଂଜନ ଦାସ, କୋଣାର୍କ ଟିଭିର ଚେୟାରମ୍ୟନ୍ ସୌମ୍ୟରଂଜନ ପଟ୍ଟନାୟକ ଓ ଉତ୍କଳମେଲ୍ ସଂବାଦ ପତ୍ରିକାର ସଂପାଦକ ଶ୍ରୀଯୁକ୍ତ ପିତବାସ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାୟ ୬୦ଜଣ ହକି ଖେଳାଳି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଶେଷରେ ପଟିଆ ସେବାକେନ୍ଦ୍ରର ସଂଚାଳିକା ବ୍ରହ୍ମାକୁମାରୀ ଗୋଲାପ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ରହ୍ମାକୁମାରୀ ଇଂଜିନିୟର ସୁଦିପ୍ତା ଭଉଣୀ
କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।