Odia News Portal

ଆଜି ଶପଥ ନେବେ ହାଇକୋର୍ଟର ନୂତନ ବିଚାରପତି

କଟକ : ଓଡିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ସଞ୍ଜୀବ କୁମାର ପାଣିଗ୍ରାହୀ ଆଜି ଶପଥ ନେବେ । ଏନେଇ ଓଡ଼ିଶା ହାଇକୋର୍ଟର ପୁରୁଣା ବିଲ୍‌ଡିଂର ନୂଆ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯାଇଛି । ଅପରାହ୍ନ ୨ଟାରେ ହେବାକୁ ଥିବା ଏହି ଉତ୍ସବରେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି କୁମାରୀ ଜଷ୍ଟିସ୍‌ ସଂଜୁ ପଣ୍ଡା ଶ୍ରୀ ପାଣିଗ୍ରାହୀଙ୍କୁ ଶପଥ ପାଠ କରାଇବେ ।

ସୂଚନା ଥାଉ କି, ୨୦୧୯ ଅକ୍ଟୋବର ୬ ତାରିଖରେ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଆଡଭୋକେଟ୍‌ ପାଣିଗ୍ରାହୀଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ୍‌ କରିଥିଲେ । ଗତ ୭ ତାରିଖରେ ତାଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆଡ୍‌ଭୋକେଟ୍‌ ପାଣିଗ୍ରାହୀଙ୍କ ନିଯୁକ୍ତି ପରେ ଓଡିଶା ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି ।