Odia News Portal

ଏସ୍‌ଟିଏଫ୍‌ ହାତରେ ଦୁଇ ବନ୍ଧୁକ ବେପାରୀ

ଭୁବନେଶ୍ବର : ଏସ୍‌ଟିଏଫ୍‌ ହାତରେ ଦୁଇ ବନ୍ଧୁକ ବେପାରୀ । ଗିରଫ ଦୁଇ ଜଣ ହେଉଛନ୍ତି ଇଂଜିନିୟରିଂ ଛାତ୍ର । ସୁରେଶ ପାଣିଗ୍ରାହୀ ଓ ସାନୁ ପୋଦ୍ଦାରକୁ ଗିରଫ କରିଛି ଏସ୍‌ଟିଏଫ୍‌ । ସେମାନଙ୍କଠାରୁ ୩ଟି ବନ୍ଧୁକ, ୨୨ ରାଉଣ୍ଡ ଗୁଳି, ୬ଟି ମାଗାଜିନ ଜବତ ହୋଇଛି । ସୁରେଶ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ ଛାତ୍ର ହୋଇଥିବା ବେଳେ ସାନୁ ସେହି ଇଂଜିନିୟରିଂ କଲେଜର ପୁରାତନ ଛାତ୍ର।

ସାନୁ ପୋଦ୍ଦାରର ଘର ଛତିଶଗଡ଼ରେ । ବିହାରର ମୁଙ୍ଗରେରୁ ବନ୍ଧୁକ ଆଣି ବିକ୍ରି କରୁଥିଲେ । ଲକ୍ଷେରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହେଉଥିଲା ବନ୍ଧୁକ । ଆଜି ସକାଳେ ସୁରେଶର ଗଣ୍ଡମୁଣ୍ଡା ଘରେ ଏସ୍‌ଟିଏଫ୍‌ ଚଢ଼ାଉ କରି ବନ୍ଧୁକ ଓ ଗୁଳି ଜବତ ହୋଇଛି । ଅଧିକ ଖୋଲତାଡ଼ ଆରମ୍ଭ କରିଛି ତଦନ୍ତକାରୀ ସଂସ୍ଥା