Odia News Portal

ଆସନ୍ତାକାଲିଠୁ ବିମଷ୍ଟେକ୍‌ ରାଷ୍ଟ୍ର ସମୁହର ମକ୍‌ ଡ୍ରିଲ୍‌, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆସନ୍ତାକାଲିଠୁ ଓଡ଼ିଶାରେ ବିମଷ୍ଟେକ୍‌ ରାଷ୍ଟ୍ର ସମୁହର ମକ୍‌ ଡ୍ରିଲ୍‌ । ଏହାକୁ ଭୁବନେଶ୍ୱରରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଏକ୍ସରସାଇଜ୍‌ରେ ଏକାଠି ହେବେ ଭାରତ ସେମତ ବିମଷ୍ଟେକ୍‌ ରାଷ୍ଟ୍ର ସମୁହ ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଓ ଭୁଟାନ୍‌ର ପ୍ରତିନିଧି । ୩ ଦିନ ଧରି ଚାଲିବ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ । ଏଥର ବିଷୟ ବିଶ୍ୱ ଐତିହ୍ୟ ସ୍ଥଳର ସୁରକ୍ଷା । ଆସନ୍ତାକାଲିି ଭୁବନେଶ୍ୱରରେ ଏକ୍ସରସାଇଜ୍‌ ହେବ । ବାକି ଦୁଇ ଦିନ ପୁରୀ ରାମଚଣ୍ଡୀରେ ହେବ ଏକ୍ସରସାଇଜ୍‌ ।

ଫନି ବାତ୍ୟାର ଅଭିଜ୍ଞତାକୁ ନେଇ ନ୍ୟାସ୍‌ନାଲ୍‌ ଡିଜାଷ୍ଟର ମ୍ୟାନେଜ୍‌ମେଣ୍ଟ ଅଥରିଟି ପକ୍ଷରୁ ମକ୍‌ଡ୍ରିଲ କରାଯିବ । ବିପର୍ଯ୍ୟୟ ସମୟରେ ଐତିକ ସ୍ଥାନ ଗୁଡ଼ିକର କିଭଳ ଅଧିକ ସୁରକ୍ଷା କରାଯାଇ ପାରିବ ସେନେଇ ବିମ୍‌ଷ୍ଟେକ୍‌ରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଏନ୍‌ଡିଆର୍‌ଏଫ୍‌ ଡିଜି । ସେ କହିଛନ୍ତି, ବିଶ୍ୱ ଐତିହ୍ୟ ଓ ପ୍ରତ୍ନତାତ୍ୱିକ ଗୁରୁତ୍ୱ ଥିବା ସ୍ଥଳଗୁଡିକରେ ବିପର୍ଯ୍ୟୟ ପରିଚାଳନା ସବୁଠୁ ବଡ ଚ୍ୟାଲେଞ୍ଜ ।

ତେଣୁ ଏହାର ମୁକାବିଲା ପାଇଁ ସବୁ ରାଷ୍ଟ୍ର ଆଗେଇ ଆସିବା ଆବଶ୍ୟକ ବୋଲି କହିଛନ୍ତି ଏନଡିଆରଏଫ୍‌ ଡିଜି ସତ୍ୟନାରାୟଣ ପ୍ରଧାନ । ଏଥିପାଇଁ କାଲିଠୁ ତିନି ଦିନ ପାଇଁ ଓଡିଶାରେ ହେବ ମକଡ୍ରିଲ୍‌ ।