Odia News Portal

ଆମ୍ବୁଲାନ୍ସକୁ ପଛରୁ ପିଟିଲା ଆମ୍ବୁଲାନ୍ସ, ଦୁଇ ରୋଗୀଙ୍କ ସହ ୨ଆହତ

ଭଦ୍ରକ : ଘନ କୁହୁଡି ହେଲା କାଳ । ଆମ୍ବୁଲାନ୍ସକୁ ପିଟିଲା ଆମ୍ବୁଲାନ୍ସ। ଭଦ୍ରକ ଜିଲ୍ଲା ୧୬ ନଂ ରାଜପଥର ଡାହାଣିଗଢିଆ ନିକଟରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ ଆମ୍ବୁଲାନ୍ସ ୨ଟି କୋଲକତାର ଦେବଡା ଅଞ୍ଚଳରୁ କଟକ ଅଭିମୁଖେ ଯାଉଥିଲେ ।

ଏକ ଟ୍ରଲର ସାଇଟ ମାରିବାରୁ ଆମ୍ବୁଲାନ୍ସକୁ ପଛରୁ ପିଟିଦେଇଥିଲା ଆମ୍ବୁଲାନ୍ସ । ଏଥିରେ ଥିବା ୨ଜଣ ପାରାଲିସିସ୍ ରୋଗୀଙ୍କ ସହ ୨ଜଣ ଆହତ ହୋଇଛନ୍ତି । ଭଦ୍ରକ ଟାଉନ ପୋଲିସ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ।