Odia News Portal

ଆଜି ଯାଜପୁର ଓ ଭଦ୍ରକ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ଯାଜପୁର ଓ ଭଦ୍ରକ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଡ଼ଚଣାରେ ଦିନ ସାଢେ ୧୧ରେ ପହଞ୍ଚିବା ପରେ ୧୦୯ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କରିବେ  । ପ୍ରାୟ ୫୦ କୋଟିର ପ୍ରକଳ୍ପ ମଧ୍ୟ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।  ସେହିପରି ଦିନ ସାଢେ ୧୨ଟାରେ ଚାନ୍ଦବାଲିରେ ପହଞ୍ଚିବା ପରେ ୩୯୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ୧୬ଟି ପ୍ରକଳ୍ପକୁ ମଧ୍ୟ ଲୋକାର୍ପଣ କରିବେ ନବୀନ । ୧୧୮୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ୧୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି, ଯାହା ମଧ୍ୟରେ ରହିଛି ଚାରିଟି ବ୍ଲକର ଲୁଣିପାଣି ପ୍ରଭାବିତ ଅଞ୍ଚଳ ପାଇଁ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ।