Odia News Portal

ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ପାଇଁ ବିଶ୍ୱସ୍ତରୀୟ ମକ୍‌ଡ୍ରିଲ୍‌

ପୁରୀ/କୋଣାର୍କ : ପୁରୀ ଜିଲ୍ଲା ସ୍ତିତ କୋଣାର୍କ ରାମଚଣ୍ଡୀଠାରେ ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ବିଶ୍ୱସ୍ତରୀୟ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଓ ଏନ୍‌ଡିଆର୍‌ଏଫ୍‌ ଡିଜି ଯୋଗଦେଇ ଉଦ୍‌ଘାଟନ କରିଥିଲେ। ବିଶ୍ୱ ତାପମାତ୍ରା ବଢିବା ଏବଂ ଜଳବାୟୁ ପରିବର୍ତ୍ତନ ଲାଗି ବିଭିନ୍ନ ସମୟରେ ବାତ୍ୟା, ବନ୍ୟା, ସୁନାମି, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟରୁ କିଭଳି ଉପକୂଳବର୍ତ୍ତୀ ଲୋକମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ସହିତ ବିଶ୍ୱ ଐତିହ୍ୟକୁ ସୁରକ୍ଷା ଦିଆଯାଇପାରିବ ସେନେଇ ଦ୍ୱିତୀୟଥର ପାଇଁ କୋଣାର୍କ ରାମଚଣ୍ଡୀ ମୁହାଣରେ ଏନ୍‌ଡିଆର୍‌ଏଫ୍‌ ତରଫରୁ ମକଡ୍ରିଲ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଥିଲା।

ବିଶେଷକରି ଏହି ମକ୍‌ଡ୍ରିଲରେ ଭାରତ ସମେତ ଶ୍ରୀଲଙ୍କା, ଭୁଟାନ, ବାଂଲାଦେଶ, ନେପାଳ, ଥାଇଲାଣ୍ଡ, ମ୍ୟାନ୍‌ମାର ଆଦି ୭ ଦେଶର ପ୍ରତିନିଧିଙ୍କ ସହ ସ୍ଥାନୀୟ ଲୋକଙ୍କୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ଏଥିରେ ସାମିଲ କରିଥିଲା` ଯେଉଁଥିରେ ସୁନାମି ଦ୍ୱାରା ଲୋକମାନେ କିପରି ପ୍ଲାଷ୍ଟିକ୍‌ ଡ୍ରମ୍‌, କଦଳୀଭାରା ଏବଂ ବିଭିନ୍ନ ହାଲୁକା ଜିନିଷ ଧରି ପହଁରିବା ସମୟରେ ହେଲିକପ୍ଟର ଦ୍ୱାରା ଆସି କିପରି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଲୋକମାନଙ୍କୁ ଉଦ୍ଧାର କରୁଛନ୍ତି, ତାହା ପ୍ରଶିକ୍ଷଣ ମାଧ୍ୟମରେ ଦର୍ଶାଇଥିଲେ। ମହାସାଗରୀୟ ଗବେଷଣା କେନ୍ଦ୍ର ସୂଚନା ଅନୁସାରେ ଓଡ଼ିଶାର ବାଲେଶ୍ୱରଠାରୁ କୃଷ୍ଣପ୍ରସାଦ ଖାସ୍‌ କରି ପୁରୀ ଜିଲାର ଅସ୍ତରଙ୍ଗଠାରୁ କୃଷ୍ଣପ୍ରସାଦ ପ୍ରାୟ ୮୮ଟି ଅଞ୍ଚଳ ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟ ଯଥା ସୁନାମି, ବାତ୍ୟା ପରିସର ଭିତରେ ଆସୁଛି। ଏଣୁ କୋଣାର୍କରେ ଏହି ମକ୍‌ଡ୍ରିଲ ହେବା ଦ୍ୱାରା ଲୋକମାନେ ସଚେତନ ହୋଇ ନିଜକୁ ରକ୍ଷା କରିବା ସହ ଅନ୍ୟକୁ ସାହାଯ୍ୟ କରିପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ପ୍ରକାଶ କରିଛନ୍ତି