Odia News Portal

ପୋଲିସର ଏନକାଉଣ୍ଟର, ଦୁଇ ଅପରାଧି ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ପୁଲ ପ୍ରହ୍ଲାଦପୁର ଠାରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ । ଏଥିରେ ପୋଲିସ ଗୁଳିରେ ଦୁଇ ଅପରାଧିଙ୍କ ମୃତ୍ୟୁ ହୋଇଛି । ଦୁଇ ଅପରାଧି ହେଲେ ରାଜା କ୍ୟୁରେସୀ ଓ ରମେଶ ।

ଏହି ଦୁଇଗଣ ଏକ ମର୍ଡର କେଶରେ ସାମିଲ ଥିବା ପୋଲସ ପକ୍ଷରୁ ସୂଚନା ମିଳିଛି । ତେବେ ଏନକାଉଣ୍ଟର ପରେ ଏହି ଦୁଇ ଜଣଙ୍କ ମୃତଦେହକୁ ପୋଷ୍ଟ ମର୍ଟମ ପାଇଁ ପଠାଯାଇଛି ।