Odia News Portal

ସୋସିଆଲ ମିଡିଆରେ ଚର୍ଚ୍ଚା, ଯୁବତୀଙ୍କ ହଟ୍ ସେଲ୍ଫି ପୋଷ୍ଟ୍ କରି

ଜେରୁଜେଲମ :  ସାରା ବିଶ୍ୱରେ ଏକ ଶକ୍ତିଶାଳୀ ଓ  ସମୃଦ୍ଧ ସେନା ଭାବେ ପରିଚିତ ଇସ୍ରାଏଲ ସେନା ଏପରି ଏକ କାମ କରିଛି, ଯାହାକୁ ନେଇ ଅନେକ ସମାଲୋଚନାର ଶରବ୍ୟ ହେବାକୁ ପଡିଛି। ସେନା ଏକ ହଟ୍ ସେଳ୍ପି ସୋସିଆଲ ମିଡିଆରେ ପୋଷ୍ଟ କରିଛି। ଏହାପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

ଆଜି ଇସ୍ରାଏଲ ସେନା ଟ୍ୱିଟର ଆକାଉଣ୍ଟରେ ଏକ ଯୁବତୀଙ୍କ ଫଟୋ ପୋଷ୍ଟ୍ କରିଥିଲା। ଯୁବତୀଜଣଙ୍କ ସେଲ୍ଫି ନେଉଥିଲେ। ଏହାପରେ ଟ୍ୱିଟରର ୟୁଜର ଏହାକୁ ନେଇ ପ୍ରଶ୍ନ କରିଛନ୍ତି। ଆକାଉଣ୍ଟ୍ ହ୍ୟାକ୍ ହୋଇଥିବା ମଧ୍ୟ କୁହାଗଲା। ଏପରିକି ସେନାକୁ ଟ୍ରୋଲ ମଧ୍ୟ କରିବା ଆରମ୍ଭ ହୋଇଯାଇଥିଲା।

ଜଣେ ୟୁଜର ସେନାକୁ ଟ୍ୟାଗ୍ କରି ଏ କଣ ମିସାଇଲ ବୋଲି ଲେଖିଛନ୍ତି। ଆଉ ଜଣେ ଯୁବତୀଙ୍କୁ ନିଜର ବାନ୍ଧବୀ ବୋଲି କହିଛନ୍ତି।

ଟ୍ରୋଲ ହେବା ପରେ ଇସ୍ରାଏଲ୍ ସେନାର ସ୍ପଷ୍ଟୀକରଣ

ଟ୍ରୋଲ ହେବା ପରେ ସେନା ସଫେଇ ଦେଇଛି। କହିଛି ଯେ, ହମାସ ଏହି ଫଟୋକୁ ବ୍ୟବହାର କରି ଫେକ୍ ଆକାଉଣ୍ଟ୍ କରୁଛି। ଆଇଡିଏଫ ସୌନିକଙ୍କ ଫୋନ ହ୍ୟାକ୍ କରିବା ପାଇଁ ଏହା ଏକ କୌଶଳ। ଇସ୍ରାଏଲ ଗୁଇନ୍ଦା ବିଭାଗ ହମାସର ସମସ୍ତ ଷଡଯନ୍ତ୍ରକୁ ପଣ୍ଡ କରିଦେଇଛି। ଏପରିକି ସେମାନଙ୍କ ଟ୍ରାକ୍ ସିଷ୍ଟମକୁ ହ୍ୟାକ୍ କରି ଡାଉନ୍ କରିଦେଇଛି।