Odia News Portal

ଲୋୟର ପିଏମଜିରେ ନୀରବ ପ୍ରାର୍ଥନା ଏବଂ ମହମବତୀ ଶୋଭାଯାତ୍ରା

ଭୁବନେଶ୍ବର : ସାମ୍ବାଦିକଙ୍କୁ ନିର୍ମମ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ରାସ୍ତାକୁ ଆସିଲେ ସାମାଜିକ ସଙ୍ଗଠନ । କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଆଦିତ୍ୟ କୁମାର ରଣସିଂହ ହତ୍ୟା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ବାଙ୍କୀ ପୁଲିସ ର ଅପାରଗତାକୁ ନେଇ ବଢୁଛି ଜନ ଅସନ୍ତୋଷ। ଘଟଣାର ତିନି ଦିନ ପରେ ବି ପୁଲିସ ଅଭିଯୁକ୍ତ ମାନଙ୍କ ପତ୍ତା ପାଇନାହିଁ ।

ସାମ୍ବାଦିକ ଆଦିତ୍ୟ ରଣସିଂହ ଏବଂ ତାଙ୍କ ସହ ହତ୍ୟାର ଶିକାର ହୋଇଥିବା ସାମାଜିକ କର୍ମୀ ଭଗବାନ ସ୍ୱାଇଙ୍କର ଆତ୍ମାର ସଦଗତି ନିମନ୍ତେ ରାଜଧାନୀର ଲୋୟର ପିଏମଜି ରେ ଏକ ନୀରବ ପ୍ରାର୍ଥନା ଏବଂ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପୁରୁଣା ଭୁବନେଶ୍ଵରର ନିର୍ଭୟା ଚାରିଟେବଲ ଟ୍ରଷ୍ଟ  ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଗଣମାଧ୍ୟମ ପ୍ରତିନିଧି ସାମାଜିକ କର୍ମୀ ସୂଚନା କର୍ମୀ ଯୋଗଦେଇ ସ୍ୱର୍ଗୀୟ ଆତ୍ମାର ଶାନ୍ତି କାମନା ସହ ତୁରନ୍ତ ହତ୍ୟାକାରୀ ଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ।