Odia News Portal

ଦୁଃଖରେ ଶେୟାର କଲେ ଏଭଳି ଭାବପୂର୍ଣ୍ଣ ମେସେଜ

ଭାରତୀୟ କ୍ୟାପ୍‌ଟେନ ବିରାଟ କୋହଲି ବର୍ତ୍ତମାନ ଟିମ୍‌ ଇଣ୍ଡିଆ ସହ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି। ଏହି ଟୁର୍‌ରେ ବିରାଟଙ୍କ ସହ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଥିଲେ। କିନ୍ତୁ ଏବେ ସେ ନିଜ କାମ ପାଇଁ ମୁମ୍ବାଇ ଫେରିଆସିଛନ୍ତି। ଏହାରି ଭିତରେ ଅନୁଷ୍କା, ବିରାଟଙ୍କ ପାଖକୁ ଏକ ଭାବପୂର୍ଣ୍ଣ ମେସେଜ ସୋସିଆଲ ମିଡିଆ ଜରିଆରେ ପୋଷ୍ଟ କରିଛନ୍ତି।

ଅନୁଷ୍କା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସ୍ୱାମୀ ବିରାଟଙ୍କ ସହ ନିଜର ଏକ ସେଲ୍ଫି ଶେୟାର କରି ଏହି ମେସେଜ ଲେଖିଛନ୍ତି। ଅନୁଷ୍କାଙ୍କ ଦ୍ୱାରା ଶେୟାର କରାଯାଇଥିବା ଫଟୋରେ ବିରାଟ ସେଲ୍ଫି କ୍ଲିକ୍‌ କରୁଥିବା ବେଳେ ଅନୁଷ୍କା ତାଙ୍କଠାରୁ କିଛି ଦୂରରେ ବସି ସ୍ମାଇଲ୍‌ ଦେଉଛନ୍ତି।

ଅନୁଷ୍କା ଏଥିରେ କ୍ୟାପ୍‌ସନ ଲେଖିଛନ୍ତି ଯେ ‘ତୁମେ ଭାବୁଥିବ, ସମୟ ସହିତ ଗୁଡ୍‌ବାଏ କହିବା ସହଜ ହୋଇଯାଏ,କିନ୍ତୁ ଏମିତି କେବେ ବି ହୋଇ ନ ଥାଏ’।
ତେବେ ଅନୁଷ୍କାଙ୍କୁ ନିଜ ଆସାଇନ୍‌ମେଣ୍ଟସ୍‌ ପାଇଁ ମୁମ୍ବାଇ ଫେରି ଆସିବାକୁ ପଡ଼ିଛି। ଖବର ମୁତାବକ, ମଙ୍ଗଳବାର ମୁମ୍ବାଇରେ ଆରମ୍ଭ ହେବାକୁ ଥିବା ଫେମିନା ବ୍ୟୁଟି ଆଓ୍ଵାର୍ଡସ୍‌ରେ ଅନୁଷ୍କା ରେଡ୍‌ କାର୍ପେଟରେ ଚାଲିବେ।