Odia News Portal

ବିଜୁ ଜୟନ୍ତୀରୁ ଆରମ୍ଭ ହେବ ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ

ଭୁବନେଶ୍ବର : ମାର୍ଚ୍ଚ ୫ ବିଜୁ ଜୟନ୍ତୀରୁ ଆରମ୍ଭ ହେବ ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ । ବିଜୁ ବାବୁଙ୍କ ୧୦୩ତମ ଜୟନ୍ତୀକୁ ସାରା ରାଜ୍ୟରେ ମହାସମାରୋହରେ ପାଳନ କରିବ ବିଜେଡି । ଆଉ ଏହି ଦିନହିଁ ଆରମ୍ଭ ହେବ ବିଜେଡିର ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ । ବିଜୁ ମହିଳା ଜନତା ଦଳ ସଦସ୍ୟମାନେ ମା’ମାନଙ୍କୁ ଏଥିରେ ସାମିଲ କରିବେ । ପ୍ରତି ଘରେ ଶଙ୍ଖ ଚିହ୍ନର ଷ୍ଟିକର ଲଗାଇବେ ମହିଳା କର୍ମୀ । ଏହା ବାଦ୍‌ ପ୍ରତି ବୁଥ୍‌ରେ ଓ୍ବାର୍ଡ କମିଟି ସଦସ୍ୟଙ୍କ ବୈଠକ ବସି, ୩୦ ଜଣିଆ ବୁଥ୍‌ କମିଟି ଗଠନ କରିବାକୁ ଯୋଜନା ରହିଛି।