Odia News Portal

‘ଓଡ଼ିଶା-ମୋ ପରିବାର’ ଦେଲା ନୂଆ ଜୀବନ

ଭୁବନେଶ୍ୱର : ବଲାଙ୍ଗିର ଓ ସୋନପୁର ଜିଲ୍ଲାର ୧୫ଜଣ ଶ୍ରମିକ ଏବଂ ତାଙ୍କ ସହିତ ସେମାନଙ୍କର ଶିଶୁ ମାନଙ୍କୁ ତେଲେଙ୍ଗାନା ବେଗୁମ୍ପେଟ ଜିଲ୍ଲାର ପେଡ଼ାପଲ୍ଲି ଅଂଚଳରେ ଜଣେ ଠିକାଦାର
ସେମାନଙ୍କୁ ମଜୁରି ନଦେଇ ଯୋର ଜବରଦସ୍ତ ଅଟକାଇ କାମ କରାଉଥିଲେ ଏବଂ ଓଡ଼ିଶା ମୋ ପରିବାରର ହସ୍ତକ୍ଷେପ ପରେ ଆଜି ସେମାନଙ୍କୁ ଓଡ଼ିଶା ଫେରାଇ ଆଣାଯାଇଛି ।
ସୂଚନାଥାଉକି ଗତ ୧୪ ତାରିଖରେ ସୋନପୁରର ସୁରେନ୍ଦ୍ର ଭରସାଗର ନାମକ ଜଣେ ବ୍ୟକ୍ତି ଓଡ଼ିଶା-ମୋ ପରିବାରକୁ ଫୋନ୍ ମାଧ୍ୟମରେ ଜଣାଇଥିଲେ ଯେ, ସେ ଏବଂ ତାଙ୍କ ସହିତ ଅନ୍ୟ ୧୪ଜଣ ସେମାନେ ହେଲେ ସୋନପୁରର ସଙ୍ଗୀତା ଭରସାଗର, ହୀନ ଭରସାଗର, ବଲାଙ୍ଗିରର ଜଗବନ୍ଧୁ ବାରିକ, ସୁମୁଖୀ ବାରିକ, ପୂଣ୍ଣ୍ୟ ବାରିକ, ଶୁଭମ ବାରିକ, ନମିତା ବାରିକ, ପୂଣ୍ଣ୍ୟବତୀ ବାରିକ, ଆଞ୍ଜଳି ବାରିକ, ଜିତେନ ବେଣିଆ, ମୀନା
ବେଣିଆ, ବୀରବଲ ତାଣ୍ଡି ଓ ମହେଶ ତାଣ୍ଡି ସହିତ ସେମାନଙ୍କର ନାବାଳକ ପିଲାମାନଙ୍କୁ ଏକ ଠିକାଦାର ତେଲେଙ୍ଗାନା ବେୁଗୁମ୍ପେଟ ଜିଲ୍ଲାର ପେଡ଼ିପଲ୍ଲି ଗ୍ରାମରେ ଏକ ଇଟାଭାଟିରେ ଯୋରଜବରଦସ୍ତ ବିନା ମଜୁରିରେ ଖଟାଇବା ସହିତ ନାନା ପ୍ରକାର ନିର୍ଯ୍ୟାତନା ଦେଉଛି ।

 

ଏହି ଖବର ବିଷୟରେ ଜାଣିବାପରେ ଓଡ଼ିଶା-ମୋ ପରିବାର ଆବାହକ ଶ୍ରୀ ଅରୁପ ପଟ୍ଟନାୟକ ଆନ୍ଧ୍ର ପ୍ରଦେଶର ପୂର୍ବତନ ଡିଜିପି ଶ୍ରୀ ଏସ୍‌.କେ. ହୁଡ଼ାଙ୍କୁ ଜଣାଇଥିଲେ ଏବଂ ସେମାନଙ୍କୁ ଫେରାଇଆଣିବା ପାଇଁ ତାଙ୍କ ସହଯୋଗ ଲୋଡ଼ିଥିଲେ । ଶ୍ରୀ ହୁଡ଼ା ଏବଂ ଓଡ଼ିଶା-ମୋ ପରିବାର ଟିମ୍ ସେଠାକାର ଜିଲ୍ଲାପାଳ ଓ ପୋଲିସ୍ ଡେପୁଟି କମିଶିନରଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ଫେବ୍ରୁଆରୀ ୧୬ ତାରିଖରେ ଏସ୍‌.ପି. ଓ ତାଙ୍କ ଟିମ୍ ପେଡ଼ାପଲ୍ଲିଠାରେ ଥିବା ଇଟାଭାଟି ଉପରେ ଚଢ଼ାଉ
କରିଥିଲେ ଏବଂ ସେମାନଙ୍କୁ ଠାବ କରିଥିଲେ । ଇଟାଭାଟିର ମାଲିକଙ୍କୁ ସେ ତାଗିଦ୍ କରିଥିଲେ ଯେ, ଯଥାଶୀଘ୍ର
ସେମାନଙ୍କ ପ୍ରାପ୍ୟ ସେମାନଙ୍କୁ ଦେବାକୁ କହିବା ସହ ସେମାନଙ୍କୁ ତାଙ୍କ ଗ୍ରାମକୁ ଫେରାଇଦେବା ପାଇଁ ମଧ୍ୟ
ନିର୍ଦ୍ଦେଶ ଦେଇଥିଲେ । ଠିକାଦାର ସମସ୍ତ ୧୫ଜଣ ଶ୍ରମିକ ଓ ତାଙ୍କ ନାବାଳକ ପିଲାମାନଙ୍କୁ ସେମାନଙ୍କ ଫେରିବା ଖର୍ଚ୍ଚ ଦେବା ସହିତ ତାଙ୍କର ଫେରିବା ପାଇଁ ଟିକେଟ୍ କରାଇଦେଇଥିଲେ । ସେମାନେ ସମସ୍ତେ ବିଶାଖା ଏକ୍ସପ୍ରେସ୍‌ରେ ୧୭
ତାରିଖରୁ ବାହାରି ୧୮ ତାରିଖରେ ବିଶାଖାପାଟଣାରେ ପହଂଚିଥିଲେ । ଅନ୍ୟ ଏକ ଟ୍ରେନ୍ ଧାନବାଦ୍ ଏକ୍ସପ୍ରେସ୍‌ରେ
ସେଠାରୁ ବାହାରି ବଲାଙ୍ଗିର ରେଳ ଷ୍ଟେସନ୍‌ରେ ଆଜି ରାତି ୧୧ଟା ୩୦ ମିନିଟ୍‌ରେ ପହଂଚିଥିଲେ । ସେଠାରେ
ମୋ ପରିବାର ତରଫରୁ ନିହାର ରଞ୍ଜନ ବେହେରା, ନାରାୟଣ ସାହୁ, ନିତ୍ୟାନନ୍ଦ ସାହୁ ସମେତ ବଲାଙ୍ଗିର ଜିଲ୍ଲା
ଶ୍ରମ ଅଧିକାରୀ ଓ ସୋନପୁର ଜିଲ୍ଲା ଶ୍ରମ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଶ୍ରମିକ ମାନଙ୍କୁ ସେମାନଙ୍କ
ଗ୍ରାମକୁ ଯିବାପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଦେଇଥିଲେ ।