Odia News Portal

ସୋସିଆଲ ମିଡିଆରେ ମୋଦୀଙ୍କୁ ପଛରେ ପକାଇଲେ ବିରାଟ, ଆସନ୍ତୁ ଜାଣିବା କେମିତି

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ସୋଶାଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ତାଙ୍କର ୫୦ ମିଲିୟନ ଫଲୋର୍ସ ପର୍ଯ୍ୟନ୍ତ ରହିଛନ୍ତି। ଯାହା ବର୍ତ୍ତମାନ କୌଣସି ଭାରତୀୟଙ୍କ ପାଖରେ ନାହିଁ। ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ଠାରୁ ପଛରେ ରହିଛନ୍ତି। ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ଇନଷ୍ଟାଗ୍ରାମରେ ୩୪.୫ ମିଲିୟନ ଫଲୋର୍ସ ରହିଛନ୍ତି।

ସୂଚନା ମୁତାବକ ବିରାଟ ଇନଷ୍ଟାଗ୍ରାମରେ ବର୍ତ୍ତମାନ ପର୍ଯ୍ୟନ୍ତ ୯୩୦ଟି ପୋଷ୍ଟ କରିଛନ୍ତି ଏବଂ ସେ ୧୪୮ ଜଣ ଲୋକଙ୍କୁ ଫଲୋ କରୁଛନ୍ତି। ସେହିଭଳି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଇନଷ୍ଟାଗ୍ରାମରେ ୧୭.୫ ମିଲିୟନ ଫଲୋର୍ସ ରହିଛନ୍ତି। ବିରାଟ କୋହଲିଙ୍କ ତୁଳନାରେ ପତ୍ତୁର୍ଗଲର ଷ୍ଟାର ଫୁଟବଲ୍‌ର କ୍ରିଷ୍ଟ୍ରିୟାନୋ ରୋନାଲ୍ଡୋଙ୍କ ଇନଷ୍ଟାଗ୍ରାମରେ ୨୦୩ ମିଲିୟନ ଫଲୋର୍ସ ରହିଥିବା ବେଳେ ଫୁଟବଲ୍‌ ଷ୍ଟାର ଲିୟୋନଳ ମେସିଙ୍କର ୧୪୩ ମିଲିୟନ ଫଲୋର୍ସ ରହିଛନ୍ତି।

ଭାରତୀୟ ୟୁଜର୍ସଙ୍କ ମଧ୍ୟରେ ବିରାଯ କୋହଲୀଙ୍କ ପରେ ଦ୍ୱିତୀୟ ସ୍ଥାନରେ ପ୍ରିୟଙ୍କା ଚୋପ୍ରା ରହିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ୪୯.୯ ମିଲିୟନ ଫଲୋର୍ସ ରହିଛନ୍ତି। ସେହିଭଳି ତୃତୀୟ ସ୍ଥାନରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ରହିଛନ୍ତି। ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୪.୧ ମିଲିୟନ ଫଲୋର୍ସ ରହିଛନ୍ତି।