Odia News Portal

ସମ୍ବଲପୁର-ସାଲିମାର ଭାୟା ତାଳଚେରକୁ ଚାଲିବ ନୂଆ ଟ୍ରେନ୍‌ : ରେଳ ରାଷ୍ଟମନ୍ତ୍ରୀ ମନୋଜ ସିହ୍ନା

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ବହୁ ଘୋଷଣା କରିଛନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା। ସମ୍ବଲପୁର-ସାଲିମାଲ ଭାୟା ତାଳଚେର ଦେଇ ଚାଲିବ ଟ୍ରେନ୍‌। ସପ୍ତାହକୁ ୩ଦିନ ଏହି ଟ୍ରେନ୍‌ ଗଡ଼ିବ। ସେହିପରି ରେଳମନ୍ତ୍ରୀ ଘୋଷଣା କରିଛନ୍ତି, ଗଣ୍ଡଓ୍ଵାନା ଏକ୍ସପ୍ରେସ୍‌ ଭାୟା ଝାରସୁଗୁଡ଼ା ଦେଇ ସମ୍ବଲପୁର ପର‌୍ୟ୍ୟନ୍ତ ସମ୍ପ୍ରସାରଣ ହେବ। ସେହିପରି ଭୁବନେଶ୍ୱର ରେଳ ଷ୍ଟେସନରେ ନୂତନ ଏସ୍କାଲେଟର ସହ ଫୁଟ୍‌ ଓଭର ବ୍ରିଜ୍‌ ମଧ୍ୟ ନିର୍ମାଣ କରାଯିବ। ଏହା ବ୍ୟତୀତ ରାଜ୍ୟବାସୀଙ୍କ ଦାବି ଅନୁସାରେ ଆଉ କିଛି ଷ୍ଟେସନରେ ଟ୍ରେନ୍‌ ରହଣି ନେଇ ଘୋଷଣା କରିଛନ୍ତି ମନୋଜ ସିହ୍ନା। ଭଦ୍ରକ ରେଳ ଷ୍ଟେସନରେ ହାଓ୍ଵଡା-କନ୍ୟାକୁମାରୀ ଏକ୍ସପ୍ରେସ, ଢ଼େଙ୍କାନାଳରେ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌, ଜଳେଶ୍ୱରରେ ପୁରୁଲିଆ-ଭିଲୁପୁରମ୍‌ ଏକ୍ସପ୍ରେସ, ବାଲେଶ୍ୱରରେ ହାଲଦା-ମଦ୍ରାସ ସୁପରଫାଷ୍ଟ ଏକ୍ସପ୍ରେସ ଓ ହାଓ୍ଵଡା-ସତ୍ୟସାଇ ନିଳୟ ପ୍ରଶାନ୍ତି ଏକ୍ସପ୍ରେସ, ଭଦ୍ରକରେ ହାଓ୍ଵଡା-କନ୍ୟାକୁମାରୀ ଏକ୍ସପ୍ରେସ, କଣାସରେ ପାରାଦୀପ-ପୁରୀ ଏକ୍ସପ୍ରେସ ଓ ବଡବିଲ୍‌-ପୁରୀ ପାସେଞ୍ଜର, ମାର୍କୋଣାରେ ହାଓ୍ଵଡ଼ା-ପୁରୀ ଏକ୍ସପ୍ରେସ, ଧାନମଣ୍ଡଳରେ ନୂଆଦିଲ୍ଲୀ-ପୁରୀ ନୀଳାଚଳ ସୁପରଫାଷ୍ଟ ଏକ୍ସପ୍ରେସ ଓ କେନ୍ଦୁଝରଗଡ଼-ଭୁବନେଶ୍ୱର ପାସେଞ୍ଜର ରହଣି ନେଇ ଘୋଷଣା କରିଛନ୍ତି ମନୋଜ ସିହ୍ନା।