Odia News Portal

ପୁଣି ରାଜଧାନୀରୁ ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର : ରାଜଧାନୀ ଏବେ ବାଉନ ସୁଗାର ବେପାରୀଙ୍କ ଆଡ୍ଡା ପାଲଟି ଗଲାଣି। ତେବେ ପୋଲିସ ମଧ୍ୟ ଲଗାତାର ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ଧଳା ଜହତ ଜବତ କରିବା ସହ ବେପାରୀଙ୍କୁ ଗିରଫ କରୁଛି।  ଆଜି ମଧ୍ୟ କମିଶନରେଟ୍ ପୋଲିସ ରାଜଧାନୀର ତମାଣ୍ଡୋ ଅଞ୍ଚଳରୁ ବ୍ରାଉନ ସୁଗାର ଜବତ କରିଛି। ଏନେଇ ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି।

ଜବତ ବ୍ରାଉନ ସୁଗାରର ପରିମାଣ ୫୪ ଗ୍ରାମ ହେବ ବୋଲି କୁହାଯାଉଛି। ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୧୨ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି।