ଭୁବନେଶ୍ବର : ଆଗାମୀ ୨୪ ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଅପରାହ୍ନରେ ଉତ୍ତର ଓ ଉପକୂଳ ଓଡିଶାରେ ଏହାର ପ୍ରଭାବ ଅଧିକ ରହିବ ବୋଲି ସୂଚନା ମିଳିଛି । ତେବେ ବାଲେଶ୍ବର , ଭଦ୍ରକ, କେନ୍ଦୁଝର, କଟକ, ଜଗତସିଂପୁର, କେନ୍ଦ୍ରାପଡା, ଅନୁଗୁଳ, ଢେଙ୍କାନାଳ ଆଦି ଅଂଚଳରେ ଏହାର ପ୍ରଭାବ କିଛିଟା ଅଧିକ ଦେଖିବାକୁ ମିଳିବ । ତେବେ ଏହି ସମୟରେ ସମୁଦ୍ରରେ ୩୫ରୁ ୪୦ କିମି ପବନର ବେଗ ରହିବ । ତେଣୁ ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଗତକାଲି ମାଲକାନଗିରିରେ ସର୍ବାଧିକ ୩୬.୪ ଡିଗ୍ରି ସେଲସିୟସ ତାପମାତ୍ରା ରହିଥିବା ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ ।