ମହାଶିବରାତ୍ରି ଅବସରରେ ଓଡ଼ିଶାର ଜଣାଶୁଣା କ୍ଷୁଦ୍ରାକାର କାରିଗର ଏଲ୍. ଈଶ୍ୱର ରାଓ ପେନ୍ସିଲ ମୁନରେ ତିଆରି କରିଛନ୍ତି ଶିବଲିଙ୍ଗ। ଶିବଲିଙ୍ଗର ଲମ୍ବା ରହିଛି ମାତ୍ର ୦.୫ ଇଞ୍ଚ। ଈଶ୍ୱର ଭୁବନେଶ୍ୱରଠାରୁ ୨୦ କିଲୋମିଟର ଦୂର ଖୋର୍ଦ୍ଧା ଜିଲା ଜଟଣୀ ଗାଁରେ ରୁହନ୍ତି। ତାଙ୍କର ଏଭଳି ସୁନ୍ଦର କଳାକୃତିକୁ ଦେଖି ଲୋକେ ଆଶ୍ଚଯ୍ୟର୍ ହୋଇଯାଆନ୍ତି।
ଈଶ୍ୱର କହିଛନ୍ତି, ଏହି କାମ ବେଶ୍ ଚ୍ୟାଲେଞ୍ଜପୂର୍ଣ୍ଣ ରହିଥାଏ। ସବୁଠାରୁ କଠିନ ଥିଲା, ୪ଟି ସଫ୍ଟ ଷ୍ଟୋନ୍କୁ ବୋତଲ ଭିତରେ ଫିକ୍ସ କରିବା, ଯେଉଁଥିପାଇଁ ତାଙ୍କୁ ୨ ଦିନ ସମୟ ଲାଗିଥିଲା। ସେ କୁହନ୍ତି ଯେ କାମ ପାଇଁ ଏକାଗ୍ରତା ଏବଂ ଅଭ୍ୟାସ ନିହାତି ଜରୁରୀ।
ଏହାପୂର୍ବରୁ ରାଓ ଭାରତୀୟ ଟିମ୍ର ସମ୍ମାନରେ ‘ଓ୍ଵାର୍ଲ୍ଡ କପ୍ ଟ୍ରଫି’କୁ ତେନ୍ତୁଳି ମଞ୍ଜିରେ ତିଆରି କରିଥିଲେ। ସେହିପରି କ୍ରିସ୍ମାସ ଅବସରରେ ଏକ ବୋତଲରେ ଚର୍ଚ୍ଚ ତିଆରି କରିଥିଲେ। ବାସ୍ତବରେ, ପେନ୍ସିଲ ମୁନରେ କଳାକୃତି ତିଆରି କରିବା ସହଜ କାମ ନୁହେଁ।