Odia News Portal

ଅନ୍‌ଲାଇନରେ ମିଳିବ ବିଦେଶୀ ମଦ, ଏହି ରାଜ୍ୟ ନେଲା ଏଭଳି ନିଷ୍ପତ୍ତି

ଏବେ ଅନଲାଇନରେ ପାଇପାରିବେ ବିଦେଶୀ ମଦ। ମଧ୍ୟପ୍ରଦେଶ ସରକାର ଚଳିତ ଅବକାରୀ ନୀତି ୨୦୨୦-୨୧କୁ ନବୀକରଣ କରିଛନ୍ତି। ଏହି ଆଧାରରେ ରାଜ୍ୟରେ ନୂତନ ମଦ ଦୋକାନ ଖୋଲା ଯାଇପାରିବ ନାହିଁ କିନ୍ତୁ ବିଦେଶୀ ମଦକୁ ଅନଲାଇନ୍ କ୍ରୟ କରାଯାଇପାରିବ। ଏହି ନୀତିରେ ଭାରତୀୟ ମଦ ସାମିଲ୍ ହୋଇନାହିଁ। ଏହା ବ୍ୟତୀତ ମଦର ଅବୈଧ ବିକ୍ରି ପାଇଁ ପ୍ରତ୍ୟେକ ମଦ ବୋତଲ ଉପରେ ବାର୍ କୋଡ୍ ଲଗାଯିବାର ନିଷ୍ପତ୍ତି ନିଆଯାଇଛି।

ଏହା ସହିତ ଅଙ୍ଗୁରରୁ ପ୍ରସ୍ତୁତ ଓ୍ବାଇନର ପ୍ରସାର ପାଇଁ ପର୍ଯ୍ୟଟନ ସ୍ଥଳଗୁଡିକରେ ୧୫ଟି ନୂତନ ଓ୍ଵାଇନ ଶାଖା ଖୋଲା ହେବ। ମଧ୍ୟପ୍ରଦେଶ ସରକାର କହିଛନ୍ତି ଯେ, ରାଜ୍ୟର ରାଜସ୍ୱ ବଢାଇବା ପାଇଁ ସମସ୍ତ ୨,୫୪୪ ଦେଶ ମଦ ଦୋକାନ ଓ ରାଜ୍ୟରେ ସଞ୍ଚାଳିତ ୧,୦୬୧ ବିଦେଶୀ ମଦ ଦୋକାନକୁ ପିଛିଲା ବର୍ଷରୁ ବାର୍ଷିକ ଶୁଳ୍କରେ ୨୫ ପ୍ରତିଶତ ବୃଦ୍ଧି ସହିତ ଚଲାଇବାର ଯୋଜନା କରାଯାଇଛି । କିନ୍ତୁ ଏହି ପ୍ରସ୍ତାବକୁ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସର କିଛି ମନ୍ତ୍ରୀମାନେ ବିରୋଧ କରିଥିଲେ। ସେହିପରି ଅନଲାଇନରେ ବିଦେଶୀ ମଦର ଡେଲିଭରିକୁ ନେଇ ବିଜେପି ଘୋର ବିରୋଧ କରିଛି।