ଭୁବନେଶ୍ୱର : ଏକ ଚମକପ୍ରଦ ସଚେତନତା ସ୍ୱରୂପ, ଘୋଷଣାକୁ କାର୍ଯ୍ୟରେ ଦେଖାଇବାର ଜ୍ୱଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି । ପୁରୁଣା ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ଅଞ୍ଚଳ ସାମୂହିକ ସଫେଇ କାର୍ଯ୍ୟକ୍ରମ ଆଜି ସମସ୍ତଙ୍କ ମନ ମୋହିଛି । ଏକାଦଶ ଶତାଦ୍ଦୀର ଶ୍ରୀ ଲିଙ୍ଗରାଜ ମନ୍ଦିର ଆଖପାଖ ଆଜି ଜାଗର ଯାତ୍ରା ପରେ ସଫା କରାଯାଇଛି । ଏଥିରେ ଯୋଗ
ଦେଇଥିଲେ ବିଭିନ୍ନ ବର୍ଗର ନାଗରିକ । ଏହି କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଭାବେ ସିନେ ତାରକା ଅର୍ଚ୍ଚିତା ସାହୁ ଏବଂ
କମିଶନର ଭୁବନେଶ୍ୱର ମହାନଗର ନିଗମର ପ୍ରେମ ଚନ୍ଦ୍ର ଚୌଧାରୀ ଏବଂ ଜିଲ୍ଲାପାଳ ଖୋର୍ଦ୍ଧା ସୀତାଂଶୁ କୁମାର ରାଉତ ପ୍ରଥମେ ଏହି ପରିମଳ ଅଭିଯାନକୁ ପଦଯାତ୍ରା ଓ ସଫେଇ ମାଧ୍ୟମରେ ରଥଖଳାଠାରୁ ଆରମ୍ଭ କରି ରଥ ରୋଡ୍ ଏବଂ ମାଉସୀମା ପର୍ଯ୍ୟନ୍ତ ଯାଇଥିଲେ । ସାଙ୍ଗକୁ ବିଏମ୍ସି, ବିଡିଏ ଏବଂ ସ୍ମାର୍ଟ ସିଟିର ବିଭିନ୍ନ କର୍ମକର୍ତ୍ତା ରହିଥିଲେ । ତେବେ, ଆଜିର ଏହି କାର୍ଯ୍ୟକ୍ରମରେ କମିଶନ ବିଏମ୍ସି, ରଥ ରୋଡ୍ ଏବଂ
ସ୍ଥାନୀୟ ବଜାର ଏବଂ ରଥ ରୋଡ୍ର ବିବିଧ ସ୍ଥାନ, ଦୋକନକୁ ଏବଂ ପରିବାରକୁ ଯାଇ ମୁଁ ସଫେଇବାଲା କାର୍ଯ୍ୟକ୍ରମର ମହତ୍ତ୍ୱ ବୁଝାଇବା ସହିତ ପରିବାର ଲୋକେ ଡଷ୍ଟବିନ୍ରେ ନିଜ ଘରର ଅଳିଆ ରଖିବା ଏବଂ ବାହାରେ ଅଳିଆ ନ ଫିଙ୍ଗିବା, ପଲିଥିନ୍ ବ୍ୟବହାର ନ କରିବା, ନିଜ ଘରର ଚର୍ତୁଃପାଶ୍ୱକୁ ପରିଷ୍କାର ରଖିବାରେ ସହଯୋଗ କରିବା ଏବଂ ସର୍ବ ସାଧାରଣ
ସ୍ଥାନରେ ନିର୍ମାଣ ଏବଂ ଭଗ୍ନାବଶେଷ ସାମଗ୍ରୀ ନ ପକାଇବା ପାଇଁ
ଜଣାଇଥିଲେ ।
ଗଣ ମାଧ୍ୟମକୁ ସ୍ୱତନ୍ତ୍ର ବାର୍ତ୍ତା ଦେଇ କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଥିଲେ ଯେ, “ଆଜିର ଏହି ମୁଁ ସଫେଇବାଲା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୧୦୦୦ ନାଗରିକ ଯଦି ପଲିଥିନ୍ ବ୍ୟବହାର ବନ୍ଦ କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ କିଛି ପରିମାରରେ ଭୁବନେଶ୍ୱରରୁ ପଲିଥିନ୍ର ଭାର କମି ପାରିବ । ” ମହା ଶିବରାତ୍ରୀ ପରେ ଏହି ସାମୂହିକ ସଫେଇରେ ଭୁବନେଶ୍ୱର ସହରାଞ୍ଚଳ ପ୍ରଶାସନ ସହିତ ଯୋଗ ଦେଇଛନ୍ତି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସ୍କାଉଡ୍ ଆଣ୍ଡ ଗାଇଡ୍, ବରିଷ୍ଠ ନାଗରିକମାନେ, ବୁଦ୍ଧିଜୀବି, ଶିଳ୍ପୀ ସମାଜ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଗଣ, ସ୍ୱେଚ୍ଛାସେବୀ ସଂଗଠନ ସମୂହ(ଏନଜିଓ), ସ୍ମାର୍ଟ ସିଟିର ସୋସିଆଲି ସ୍ମାର୍ଟ ପ୍ରକଳ୍ପର ପିୟର ଲିଡରମାନେ, ତିନୋଟି ପ୍ରମୁଖ ପରିମଳ ସଂସ୍ଥା(ବିଏମ୍ସି ନିବନ୍ଧିତ)ରାମଜି, ପି ଏମ୍ ଆର୍, ଜାଗୃତି ଏବଂ ରାଜଧାନୀର ବିବିଧ ବ୍ୟାଙ୍କ ଅନୁଷ୍ଠାନ ।ଏଠାରେ ଉଲ୍ଳେଖ କରାଯାଇ ପାରେକି, ରୁଣ୍ଡ ହୋଇଥିବା ମୁଁ ସଫେଇବାଲା ସ୍ୱେଚ୍ଛାସେବୀ ନାଗରିକ ଏବଂ ସଂଗଠନ ପ୍ରମୁଖ ଶ୍ରୀ ଲିଙ୍ଗରାଜ ଅଞ୍ଚଳରେ ସଫେଇ କାର୍ଯ୍ୟ କରିବା ପାଇଁ ସମୁଦାୟ ପାଞ୍ଚ ଭାଗରେ ବିଭକ୍ତ ହୋଇଥିଲେ । ସେଗୁଡିକ ହେଲା ଲିଙ୍ଗରାଜ ମନ୍ଦିର ଚର୍ତୁଃପାଶ୍ୱର୍, ବିନ୍ଦୁସାଗର ଚତୁଃର୍ପାଶ୍ୱର୍, ଭଜନ ମଣ୍ଡପରୁ ମାଉସୀମା ଛକ ଏବଂ ଜ୍ଞାନୀ ଦୈଲା ସିଂ ରାସ୍ତା ଇତ୍ୟାଦି ।
ଏହା ସାଙ୍ଗକୁ ସଫେଇ କାର୍ଯ୍ୟକ୍ରମ ସମୟରେ ବିଏମ୍ସି ପ୍ରସ୍ତୁତ ମୁଁ ସଫେଇବାଲା ପ୍ରଚାର ରଥ ଆଜି ସକାଳ ୬ ଘଟିକା ସମୟରୁ ସଚେତନତା ବାର୍ତ୍ତା ବାଌକ୍ଷଗ୍ଧ;ିଥିଲେ । ଏକାମ୍ର ୱାକ୍କୁ ଆସିଥିବା ପରିଦର୍ଶକମାନେ ଏହି ମୁଁ ସଫେଇବାଲା ସାମୂହିକ ସଫେଇକୁ ଖୁବ୍ ଉପଭୋଗ କରିଥିଲେ । ରଥ ରୋଡ୍ ବ୍ୟତୀତ ବିଏମ୍ସି କମିଶନର ପୁରୁଣା ଭୁବନେଶ୍ୱରର ବିବିଧ ଅଞ୍ଚଳ ବୁଲି ପରିମଳ ସ୍ଥିତି ଏବଂ ବିବିଧ ଆଚରଣ ଗତ ସମସ୍ୟାକୁ ବୁଝିଥିଲେ । ବଏମ୍ସି, ବିଡିଏ ଏବଂ ସ୍ମାର୍ଟ ସିଟିର ଏନଫୋର୍ସମେଌକ୍ଷଗ୍ଧ; କର୍ମୀମାନେ ମଧ୍ୟ ସାଙ୍ଗରେ ରହିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସିନେ କଳାକାର ଅର୍ଚ୍ଚିତା ସାହୁ ସମସ୍ତ ନାଗରିକଙ୍କୁ ଏହି ମହନୀୟ କାର୍ଯ୍ୟରେ ସାମିଲ୍ ହେବାକୁ ଅନୁରୋଧ କରିଥିଲେ
