Odia News Portal

ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର : ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ। ଅପରାହ୍ନରେ ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ନିର୍ବାଚନୀ ଇସ୍ତାହାର କେତେ ପାଳନ କରାଯାଇଛି ସେନେଇ ବୈଠକରେ ଆଲୋଚନା କରାଯିବ। ଏହାସହ ୨୦୧୯ ନିର୍ବାଚନୀ ରଣନୀତି ପ୍ରସ୍ତୁତ ନେଇ ମଧ୍ୟ ଆଲୋଚନା କରାଯାଇପାରେ। ମନ୍ତ୍ରୀ ପରିଷଦ ବୈଠକ ପୂର୍ବରୁ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ ହେବ।