Odia News Portal

ଦୁଇ ଦିନ ଧରି ଘଡଘଡି ସହ ବର୍ଷା ସମ୍ଭାବନା, ବଜ୍ରପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ୱେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଦୁଇ ଦିନ ଧରି ବର୍ଷା ହେବ। ୨୫ ଓ ୨୬ରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବଜ୍ରପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବର୍ଷା ପରେ ବିଭିନ୍ନ ସ୍ଥାନରେ ଘନକୁହୁଡି ଦେଖାଯିବ। ଏହାପରେ ତାପମାତ୍ରା ବଢ଼ିବା ସହ ଗରମ ଅନୁଭୂତି ହେବ।