Odia News Portal

ଲାଞ୍ଚୁଆ ଅମିନ ଗିରଫ

ସମ୍ବଲପୁର : ଲାଞ୍ଚୁଆ ଅମିନ ଗିରଫ। ସମ୍ବଲପୁର ମହାନଗର ନିଗମ ପ୍ଲାନିଂ ବିଭାଗରେ କାର୍ଯ୍ୟ କରୁଥିବା ଅମିନ ପ୍ରସନ୍ନ ପରିଡ଼ା ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ସମ୍ବଲପୁର ସହରର ତୃପ୍ତି ପଣ୍ଡା ନିଜ ଘରର ବିଲଡିଂ ପ୍ଲାନ୍‌ ଆପ୍ରୁଭାଲ ପାଇଁ ଅନୁମତି ମାଗିଥିଲେ ।

ଏଥିପାଇଁ ଅମିନ ତାଙ୍କୁ ଲାଞ୍ଚ ମାଗିଥିଲେ । ତୃପ୍ତି ଦୁର୍ନୀତି ନିବାରଣ ବିଭାଗର ସହଯୋଗ ଲୋଡିଥିଲେ। ଯୋଜନା ଅନୁସାରେ ଆଜି ୧୫ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ପ୍ରସନ୍ନ ପରିଡ଼ାଙ୍କୁ ଗିରଫ କରାଯାଇଥିଲା।