ଭୁବନେଶ୍ୱର, ( ଚକ୍ରଧର ମାଝି ) ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱରରେ ଏକ ମିନି ମାରାଥନ ଆୟୋଜିତ ହୋଇଯାଇଛି।
ଆଜି ସକାଳ ୭ଟାରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ପତାକା ଦେଖାଇ ଏହି ମାରାଥନର ଶୁଭାରମ୍ଭ କରିଥିଲେ।
ଏହି ମିନି ମାରାଥନ ବିଜୁ ପଟ୍ଟନାୟକ ଛକରୁ ଆରମ୍ଭ ହୋଇ ଶିଶୁ ଭବନ, ରାଜମହଲ, ଏଜି ସ୍କୋୟାର, ରାଜଭବନ ଓ ପାଓ୍ୱାର ହାଉସ ଛକ ଦେଇ କଳିଙ୍ଗ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଯାଇଥିଲା।
ମାରାଥନ୍ରେ ୩ଟି ବର୍ଗର ପ୍ରତିଯୋଗୀ ସାମିଲ ହୋଇଥିଲେ। ଏଥିରେ ୧୫ରୁ ୧୮ ବର୍ଷ, ୧୮ରୁ ଊର୍ଦ୍ଧ୍ୱ ଏବଂ ୫୦ରୁ ଊର୍ଦ୍ଧ୍ୱ ବୟସର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୩୦ ହଜାର ଟଙ୍କା ଲେଖାଏ ପୁରସ୍କାର ପ୍ରଦାନ କରାଯାଇଥିଲା।