Odia News Portal

ତରଭୁଜରେ ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଓ ତାଜମହଲ ଫଟୋ

ଚେନ୍ନାଇ : ତାମିଲନାଡୁର ଫଳ ଓ ପରିବା ଉପରେ ଚିତ୍ର ଆଙ୍କୁଥିବା କଳାକାର ଏମ୍.ଏଲେଶୋଜିୟନ୍ ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଜମହଲ ଫଟୋ ଏକ ତରଭୁଜ ଉପରେ ଆଙ୍କିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ ଆବସରରେ ସେ ଏକ ୫ କିଲୋ ଓଜନର ତରଭୁଜ ଉପରେ ଏହି ଚିତ୍ର ଅତି ସୁନ୍ଦର ଭାବେ ଆଙ୍କିଛନ୍ତି ।

୩୧ ବର୍ଷୀୟ କଳାକାର ଏମ୍.ଏଲେଶୋଜିୟନ୍ ୧୫୦  ଟଙ୍କା ଦାମର ୫ କିଲୋ ତରଭୁଜ ଉପରେ ନିଜ କଳା ପ୍ରଦର୍ଶନ କରିଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ସମସ୍ତେ ଏହାକୁ ବହୁତ ପସନ୍ଦ କରୁଛନ୍ତି ।

ଏଲେଶୋଜିୟନ୍ କହିଛନ୍ତି, ‘ମୋଦି, ଟ୍ରମ୍ପ ଓ ତାଜମହଲ ୩ଟି ଚିତ୍ର ଆଙ୍କିବାର ଥିବାରୁ ମୁଁ ଏକ ବଡ ଫଳ ଚୟନ କରିବା ପାଇଁ ଚାହିଁଲି । ଏବଂ ଏହି ତରଭୁଜରେ ଏହା ଭଲ ହେବ ବୋଲି ମୁଁ ଆଶା କରୁଥିଲି ।’ ସେ ଏହା ପୂର୍ବରୁ ମଧ୍ୟ ଆମେରିକା ରାଷ୍ଟ୍ରପତି ବରାକ୍ ଓବାମା, ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏ.ପି.ଜେ ଅବ୍ଦୁଲ କଲାମଙ୍କ ଫଟୋକୁ ମଧ୍ୟ ବିଭିନ୍ନ ଫଳ ଓ ପନିପରିବା ଉପରେ ଆଙ୍କିସାରିଛନ୍ତି ।