Odia News Portal

ଦିଲ୍ଲୀରୁ ଫେରିବା ପରେ କଥା ବଦଳେଇଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ୱାଇ : ଦିଲ୍ଲୀରୁ ଫେରିବା ପରେ ପୁଣି କଥା ବଦଳେଇଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । କହିଲେ କଂଗ୍ରେସ ଓ ଏନସିପି ସହ ମିଳିତ ବୈଠକ ପରେ ଯାହା ନିଷ୍ପତ୍ତି ନିଆଯିବ ଏବଂ  CAA ସପକ୍ଷରେ ସେ ନିଜର ମତ ସ୍ପଷ୍ଟ ରଖିଥିବା କହିଛନ୍ତି ।

ରବିବାର ସେ କହିଛନ୍ତି , ଏହି ଆଇନ୍‌ କାହାର ନାଗରିକତ୍ୱ ନେଇଯିବ ନାହିଁ କି ଏହାକୁ କେହି ଡ଼ରିବାର ଆବଶ୍ୟକତା ନାହିଁ । ରାଜ୍ୟ ବିଧାନସଭା ଅଧିବେଶନରେ ପୂର୍ବରୁ ମିଡ଼ିଆକୁ ଉଦ୍ଧବ କହିଛନ୍ତି କି , ଏହି ମାମଲାରେ ମୁଁ ସଂପୂର୍ଣ୍ଣ  ଭାବେ ଏହା ସପକ୍ଷରେ ଅଛି । ଆଉ ଏହି ବିଷୟ ନେଇ ମୁଁ ମିଳିତ ମେଣ୍ଟ କଂଗ୍ରେସ ଓ ଏନ୍‌ସିପି ସହ କଥା ହୋଇଛି ।

କିନ୍ତୁ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କ ମନ୍ତବ୍ୟର ଉତ୍ତର ଦେବାକୁ ଯାଇ ଠାକରେ କହିଛନ୍ତି କି , ରାଜ୍ୟ ସରକାର ଏନ୍‌ପିଆର୍‌ ଉପରେ ପ୍ରଶ୍ନାବଳୀକୁ କେବେବେଳେ ବଦଳେଇ ପାରିବେ ନାହିଁ । ତିନି ଦଳ ( ସେନା , କଂଗ୍ରେସ ଓ ଏନସିପି ) ର ସିନିୟର ସଦସ୍ୟ ଏକାଠି ବସି ଏ ବିଷୟରେ ଆଲୋଚନା କରିବେ ଏବଂ ଏହା ରାଜ୍ୟରେ କାର୍ଯ୍ୟକାରୀ କଲେ ଭଲ ହେବ କି ନାହିଁ ଏହାର ନିଷ୍ପତ୍ତି ନେବେ ।

ଉତ୍ତର ପ୍ରଦେଶ ଓ ଦିଲ୍ଲୀ ଭଳି ରାଜ୍ୟରେ ସିଏଏକୁ ନେଇ ଯେଉଁ  ହିଂସାତ୍ମକ ପ୍ରଦର୍ଶନ ଚାଲିଛି , ଏଥିପାଇଁ ବିଜେପିକୁ ନିନ୍ଦା କରିଛନ୍ତି ଠାକରେ  । ମହାରାଷ୍ଟ୍ରରେ ବହୁତ ଶାନ୍ତିରେ ସିଏଏ ବିରୋଧୀ ଆନ୍ଦୋଳନ ଚାଲିଛି । କିନ୍ତୁ  JNUରେ ଛାତ୍ରଙ୍କ ଉପରେ ଯେଉଁ  ଆକ୍ରମଣ ହେଲା ତାହା କୌଣସି ଆତଙ୍କବାଦୀ ଆକ୍ରମଣ ଠାରୁ କମ୍‌ ନୁହେଁ ବୋଲି ଉଦ୍ଧବ କହିଛନ୍ତି ।

ଆହୁରି ମଧ୍ୟ ଉଦ୍ଧବ କହିଛନ୍ତି , ଏନପିଆର୍‌କୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପୂର୍ବରୁ ଏବା ବିଷୟରେ ଆଲଚନା ପାଇଁ ତିନି ଦଳର  ସଦସ୍ୟଙ୍କର ଏକ ମିଳିତ ବୈଠକ ବସିବ । ଆଉ ସେଥିରେ ବିସ୍ତୃତ ଆଲୋଚନା ହେବ । ମୁଁ ଏଥିରେ କୌଣସି ଆପତ୍ତି ଜନକ ଜିନିଷ ଏନପିଆରରେ ଦେଖିବାକୁ ପାଇନି । କିନ୍ତୁ ଆମେ ଏହାକୁ ପରୀକ୍ଷା କରିବା କିଛି ସେମିତି ଅସୁବିଧା ଏଥିରେ ଅଛି ନା ନାହିଁ ।

ତିନି ଦଳର ବରିଷ୍ଠ ସଦସ୍ୟଙ୍କ ଦ୍ୱାରା ଗଠିତ କମିଟି ଏହାକୁ ଅନୁଧ୍ୟାନ କରିବ ବୋଲି ରାଜ୍ୟ ବଜେଟ୍ ଅଧିବେଶନ ପୂର୍ବ ସନ୍ଧ୍ୟାରେ ମିଡ଼ିଆକୁ ଠାକରେ ଏକଥା କହିଛନ୍ତି ।

କଂଗ୍ରେସ ପରେ ଉଦ୍ଧବ ଠାକରେ ଏନପିଆର ଉପରେ ନିଜର ନରମ ଭାବ ପୋଷଣ କରିଛନ୍ତି , ହେଲେ ଏନସିପି ଏଥିରେ ଅସହମତି ରହିଛି ।