ପୁରୀ : ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ପୁରୀକୁ ବିକାଶ କରିବା ପାଇଁ ସବୁ ଦିଗରୁ ପ୍ରୟାସ ଆରମ୍ଭ କରିଛନ୍ତି । ଏତିକି ନୁହେଁ ପୁରୀ ପାଇଁ ଚଳିତ ବଜେଟରେ ମଧ୍ୟ ଅଭଡ଼ା ଯୋଜନାରେ ୩୨୦୮ କୋଟି ଟଙ୍କା ଓ ପୁରୀ ବିକାଶ ପାଇଁ ୬୯୫ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି । ସୋମବାର ପୌରସଂସ୍ଥା ପକ୍ଷରୁ ସ୍ୱର୍ଗଦ୍ୱାର ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ବେଳାଭୂମିରେ ପାର୍ଶ୍ୱରେ ଥିବା ୩ଟି ଦୋକାନ ଉଚ୍ଛେଦ ସରିଛି।
ମିଳିଥିବା ସୂଚନା ମୁତାବକ, ଏକ ଧର୍ମଶାଳାର ଉଚ୍ଛେଦକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସମ୍ପୃକ୍ତ ଧର୍ମଶାଳାକୁ ଉଚ୍ଛେଦ ନ କରିବା ଲାଗି କେତେଜଣ ମହିଳା ପ୍ରତିବନ୍ଧକ ସାଜିଛନ୍ତି। ସେମାନେ ଧର୍ମଶାଳା ଆଗରେ ଠିଆହୋଇ ଉଚ୍ଛେଦ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ପୁରୀ ପୌରସଂସ୍ଥା ପକ୍ଷରୁ ଧର୍ମଶାଳାର ଲୋକଙ୍କୁ ବୁଝାଯାଉଛି।