Odia News Portal

ବିଫଳତା ହିଁ ସଫଳତାର ଚାବିକାଠି

ନୂଆଦିଲ୍ଲୀ : ବିଫଳତା ହିଁ ସଫଳତାର ପ୍ରଥମ ପାହାଚ। ଏହା କେବଳ ଏକ ଉକ୍ତି ନୁହେଁ, ବାସ୍ତବରେ କିଛି ଏମିତି ହୋଇଛି ଅକ୍ଷତ କୌଶଲଙ୍କ ଜୀବନରେ। ୟୁପିଏସସି ପରୀକ୍ଷାରେ ୫୫ ରାଙ୍କ୍ ପାଇଥିବା ଅକ୍ଷତଙ୍କ ସଫଳତାର କାହାଣୀ ସେମାନଙ୍କୁ ପ୍ରେରଣା ଯୋଗାଇବ ଯେଉଁମାନେ ପ୍ରାରମ୍ଭିକ ବିଫଳତା ପରେ ଆଶା ହରାଇ ନିଜ ଲକ୍ଷ୍ୟପଥ ପରିବର୍ତ୍ତନ କରିଦିଅନ୍ତି। ସେ ମାତ୍ର ୧୭ ଦିନର ପ୍ରସ୍ତୁତିରେ ଆଇପିଏସ ଅଫିସର ହୋଇଛନ୍ତି। ସେ ୫ ବର୍ଷରେ ୫ ଥର ବିଫଳ ହେବା ପରେ ସଫଳତା ଲାଭ କରିଥିଲେ।

ଏକ ସାକ୍ଷାତକାରରେ ଅକ୍ଷତ କହିଛନ୍ତି ଯେ, ସେ ପ୍ରଥମ ବର୍ଷ ୟୁପିଏସସି ପ୍ରସ୍ତୁତି ପାଇଁ କଠୋର ପରିଶ୍ରମ କରିଥିଲେ। ସକାଳ ୭ଟାରୁ ରାତି ୯ଟା ଯାଏଁ ଲେ ପଢୁଥିଲେ। ସେ ପ୍ରାୟ ସମସ୍ତ ସମୟ ପଢିବାରେ ହିଁ ଅତିବାହିତ କରିଥିଲେ। କିନ୍ତୁ ସେହି ବର୍ଷ ପ୍ରିଲିମ ମଧ୍ୟ କ୍ଲିଅର କରିପାରି ନଥିଲେ। ୨୦୧୨ରେ ସେ ପ୍ରସ୍ତୁତି ଆରମ୍ଭ କରିଥିଲେ। ୨୦୧୩ରେ ଏପରି କିଛି ଭୁଲ କରିଥିଲେ ଯାହା ତାଙ୍କର ଫଳାଫଳ ଉପରେ ପ୍ରଭାବ ପକାଇଥିଲେ। ତେବେ ଏହି ବିଫଳତାରୁ ସେ ୫ଟି ଶିକ୍ଷାଲାଭ କରିଥିଲେ।

ତାଙ୍କ କହିବା ମୁତାବକ, ନିଜ ଭୁଲରୁ ଶିକ୍ଷାଲାଭ କରିବା ଆବଶ୍ୟକ। କିନ୍ତୁ ସିଭିଲ ସର୍ଭିସ ପରୀକ୍ଷାରେ ଅନେକ କିଛି ଜାଣିବାକୁ ପଡିବ। ନିଜେ କୌଣସି ଭୁଲ ନକରିବା ସହ ଅନ୍ୟର ଭୁଲରୁ ମଧ୍ୟ ଶିକ୍ଷାଲାଭ କରିବାକୁ ହେବ। କୌଣସି ବିଷୟକୁ ନେଇ ମାତ୍ରଧିକ ଆତ୍ମବିଶ୍ୱାସ ରଖିବା ଠିକ ନୁହେଁ। ଯଦି ସହଜ ବିଷୟ ଭାବି ପଢିବା ବନ୍ଦ କରିଦେବା ତାହା ପରେ ଅଧିକ କଠିନ ହୋଇଯାଏ। ସବୁଠାରୁ ବଡ କଥା ହେଲା ନିଜ ବନ୍ଧୁଙ୍କ କଥା ଶୁଣିବା ଓ ପରୀକ୍ଷା ପ୍ରସ୍ତୁତି କରୁଥିବା ଅନ୍ୟ ବନ୍ଧୁଙ୍କ ଉପଦେଶ ମଧ୍ୟ ଗ୍ରହଣ କରିବା ଆବଶ୍ୟକ।

ନିଜର ଉଦାହରଣ ଦେଇ କହିଛନ୍ତି ଯେ, ପିଲାଦିନୁ ସେ ଭଲଭାବେ ଲେଖି ପାରନ୍ତି। ସମ୍ବାଦପତ୍ର ପାଇଁ ମଧ୍ୟ ଲେଖାଲେଖି କରନ୍ତି। ଅଧିକ ଆତ୍ମବିଶ୍ୱାସ ପାଇଁ ୨୦୧୬ରେ କମ ନମ୍ବର ରହିଥିଲା। ରାଙ୍କ୍ ପାଇବା ପରେ ସେ ଆଇପିଏସ ଅଫିସର ହେବାକୁ ଚାହିଁଥିଲେ। ବିଭିନ୍ନ ଭୁଲକୁ ସୁଧାରି ୧୭ ଦିନର ପ୍ରସ୍ତୁତିରେ ସେ ପରୀକ୍ଷା ଦେଇଥିଲେ।