Odia News Portal

୫ ନାବାଳିକାଙ୍କୁ ଦୁଷ୍କର୍ମ କରି ଭଣ୍ଡ ବାବା ଗିରଫ

ପୁଣେ : ପରିବାର ୫ ଝିଅଙ୍କୁ ଦୁଷ୍କର୍ମ କଲା ଭଣ୍ଡ ବାବା ।  ତନ୍ତ୍ର ସାଧନା ଦ୍ବାରା କିଛି ବି କରିପାରିବି କହି ଗୋଟିଏ ପରିବାରର ୫ ନାବାଳିକା ଝିଅଙ୍କ ଦେହ ସହ ଖେଳି ନିଜର କାମନା ଚରିତାର୍ଥ କରୁଥିଲା ଏହି ଭଣ୍ଡ। ଏହି ଘଟଣାରେ ପୋଲିସ ଏକ ଭଣ୍ଡ ବାବାକୁ ଗିରଫ କରିଛି। ଏହି ଭଣ୍ଡ ବାବାର ନାମ ସୋମନାଥ କୈଳାସ ଚୌହାନ ଓରଫ ଭାଇ।  ସୂଚନା ମୁତାବକ ସୋମନାଥ ଏହି ପରିବାର ସମସ୍ତ ଲେକଙ୍କୁ ଘୋର ଅନ୍ଧବିଶ୍ବାସରେ ରଖିଆସୁଥିଲା। କହୁଥିଲା ତା ପାଖରେ ତାନ୍ତ୍ରୀକ ଶକ୍ତି ଅଛି ସେ ଚାହିଁଲେ ସବୁକିଛି କରିପାରିବ। କେବଳ ଏତିକି ନୁହେଁ  ପୂଜାପାଠର କିଛି  ଫଟୋ ମଧ୍ୟ ପରିବାର ଲୋକଙ୍କୁ  ଦେଖାଇଥିଲା ଯାହା ଦ୍ବାରା ପରିବାର ଲୋକେ ଡରିବେ ବୋଲି ଭାବିନେଇଥିଲା । ଏଭଳି  ଭାବରେ ପରିବାର ସଦସ୍ୟଙ୍କ ସାମ୍ନାରେ ପୂଜାପାଠ କରି ମନ୍ତ୍ର ଜପ କରିବାକୁ କହୁଥିଲା। ଏହା କରିବା ଦ୍ବାରା ଗୁପ୍ତଧନ ମିଳିବ ବୋଲି ପରିବାର ଲୋକଙ୍କ ମନରେ ବିଶ୍ବାସ ଜନ୍ମାଉଥିଲା।

କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ କିଛି ଦିନ ପୂର୍ବେ ଏହି ପରିବାରର ୧୯ ବର୍ଷର ଏକ ଝିଅ ହଠାତ ନିଖୋଜ ହୋଇଗଲା।  ପରିବାର  ଲୋକେ ଏହି ଘଟଣାରେ ପୋଲିସରେ ଅଭିଯୋଗ କଲେ। ପୋଲିସ ମଧ୍ୟ ଏହି ନାବାଳିକାକୁ ଖୋଜିବା ପାଇଁ ନାକେଦମ ହୋଇଯାଇଥିଲା। ବହୁଦିନ ପରେ ନାବାଳିକା ସହିତ ଯୋଗାଯୋଗ କରିଥଲା ପୋଲିସ। ଫୋନ ଯୋଗେ ପୋଲିସ ପଚରାପଚରି  କରିବାପରେ  ନାବାଳିକା କହିଥିଲା ସେ ଭଣ୍ଡ  ସେମାନାଥକୁ ସେ ବାହା ହୋଇଯାଇଛି। ଏହା ଶୁଣି ପରିବାର ଲୋକଙ୍କ ହୋସ ଉଡିଗଲା।  ଏହା ପରେ ପୋଲିସ କୌଣସି ମତେ ନାବାଳିକୁ ଉଦ୍ଧାର କରି ପୁଣେ ନେଇଆସି ସେଠାରେ  ପଚରାଉଚରା କରିଥିଲା।

ପଚରାଉଚରା ପରେ  ନାବାଳିକା  ଜଣକ କହିଥିଲା ସେହି ସେମନାଥ ତା ସହିତ ଅନେକ ଥର ଦୁଷ୍କର୍ମ କରିଛି। ପରେ ତା ସହିତ ବାହା ହେବା  ପାଇଁ ଘରୁ ଲୁଚିକି ଚାଲିଯାଇଥିଲା ନାବାଳିକା। ଏହି ଘଟଣାରେ ପୋଲିସର ପଚରାଉଚରା ସାମ୍ନାକୁ  ଆସିଥିଲା ଅନ୍ୟ ଏକ ସାଙ୍ଘାତିକ  ଅଭିଯୋଗ । ଏହି ନାବାଳିକା ପରି ପରିବାର  ଅନ୍ୟ ଚାରି  ନାବାଳିକା ମଧ୍ୟ ଏହି ଭଣ୍ଡ ସୋମନାଥ ଦ୍ବାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ଯାହା  ପୋଲିସକୁ ଚକିତ କରିଦେଇଥିଲା ।  ନାବାଳିକାମାନେ କହିଛନ୍ତି ଯେ ଏହି ଭଣ୍ଡ ସୋମନାଥ ପୂଜାପାଠ କଲାବେଳେ ଜଣ ଜଣ କରି ନାବାଳିକାଙ୍କୁ ଉଲଗ୍ନ ଶରୀରରେ ବସିବାକୁ କହୁଥିଲା ଓ ମନ୍ତ୍ର ଉଚାରଣ କରିବାକୁ କହୁଥିଲା। ଏହା  ପରେ  ନାବାଳିକା ମାନଙ୍କ ଶରୀର ସହ ଖେଳୀ ନିଜର କାମନା ଲାଳସା ମେଣ୍ଟାଉଥିଲା ଭଣ୍ଡ ସୋମନାଥ।  ଏହି ଘଟଣାରେ ପୋଲିସ  ଅଭିଯୁକ୍ତ ସୋମନାଥକୁ ଗିରଫ କରି କୋର୍ଟ ଚାଳଣ କରିଛି। କେବଳ ସୋମନାଥ ନୁହେଁ ଏହି ଭଳି ଭଣ୍ଡ ବାବାଙ୍କ ସଂଖ୍ୟା  ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହା ଏକ ଉଦବେଗର ବିଷୟ ପାଲଟିଛି ବୋଲି ବୁଦ୍ଧିଜୀବୀ କହିଛନ୍ତି।