Odia News Portal

କିସ୍ ହେଉଛି ସମଗ୍ର ବିଶ୍ୱର ଏକ ଅଭୁତ ଓ ଅକଳ୍ପନୀୟ ସ୍ଥାନ : ଆଦିବାସୀ ବ୍ୟାପାର ମନ୍ତ୍ରୀ

ଭୁବନେଶ୍ବର : ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା କିଟ ଓ କିସ୍‌ ପରିଦର୍ଶନ କରିଛନ୍ତି । ସେ କିଟ୍‌ ବିଶ୍ୱବିଦ୍ୟାଳୟର ସମସ୍ତ କ୍ୟାମ୍ପସ ବୁଲି ଦେଖିବା ସହ କିସ୍‌ର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ । ଏହି ଅବସରରେ ସେ କିସ୍‌ର ୨୭ ହଜାର ଛାତ୍ରଛାତ୍ରୀଙ୍କୁ ଉଦବୋଧ ଦେଇ କହିଥିଲେ କିସ ହେଉଛି ସମଗ୍ର ବିଶ୍ୱର ଏଭ ଅଭୁତ ଓ ଅକଳ୍ପନୀୟ ସ୍ଥାନ । ଗରିବ ଜନଜାତି ପିଲାମାନଙ୍କୁ ଏଠାରେ ପ୍ରାଥମିକସ୍ତରରୁ ସ୍ନୋତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦରନ କରାଯାଉଥିବା ଜାଣିବା ପରେ ମୋର ଅନୁଭୂତି ହୋଇଛି ଯେ ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଏହି ଅନୁଷ୍ଠାନକୁ ଆରମ୍ଭ କଲା ବେଳେ ଭବିଷ୍ୟକୁ ଦୂରଦୃଷ୍ଟିରେ ରଖି ତିଆରି କରିଥିଲେ ।

ବହୁତ ଲୋକ ଅନେକ ବଡ ବଡ ସ୍ୱପ୍ନ ଦେଖିଥାନ୍ତି ଏବଂ ସେହି କଳ୍ପନାକୁ ସାକାର କରିବା ପାଇଁ ଚେଷ୍ଟା କରିଥାନ୍ତି । ମାତ୍ର ଅଧିକାଂଶ ଏହାକୁ କାର୍ଯ୍ୟକାରୀ କରିବାରେ ଅସଫଳ ହୋଇଥାନ୍ତି । କିନ୍ତୁ ସ୍ୱପ୍ନକୁ ବାସ୍ତବରେ ପରିଣତ କରାଯାଇପାରେ ବୋଲି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କିସ୍‌ ମାଧ୍ୟମରେ ପ୍ରମାଣିତ କରି ଦେଖାଇ ଦେଇଛନ୍ତି ।